Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Romance

5.0  

SARATA KUMAR DAS

Romance

ତମେ ଆସିବ ବୋଲି

ତମେ ଆସିବ ବୋଲି

1 min
410



ତମେ ଆସିବ ବୋଲି

ପ୍ରେମୠତୁ ମୁରୁକି ହସୁଛି 

ଗୋଲାପୀ ଦିନଗୁଡା ମହମହ ବାସୁଛି

ମୋ ଅସଜଡା ଜୀବନର ଅରମା ବଗିଚାରେ   

ପ୍ରେମର ଅନାବନା ଗଛସବୁ ଗଜୁରି ଉଠୁଛି

ଦୁହେଁ ଦୁହିଁଙ୍କ ପାଇଁ ଭିତରେ

ଜୀବନ ଲାଗୁଛି ନିଆରା ନିଆରା

ଫଗୁଣରୁ ଝରୁଛି ମୁଠା ମୁଠା ଫଗୁ

କୋଇଲିର ପଂଚମ ତାନରେ 

ଝୁମି ଝୁମି ନାଚୁଛି ପ୍ରକୃତି 

ସାଜିଛି ସେ ନବବଧୂ ବେଶ

ନାଲି ନେଳି ଫୁଲ ଓଢଣୀରେ ।।


ତମେ ଆସିବ ବୋଲି

ଲୁହଭିଜା ଆଖି ମୋର ଚାତକେ ଚାହଁଛି

ମୁକ୍ତାହୋଇ ଟପ୍ ଟପ୍ ନିଗିଡି ପଡୁଛି 

ଏଣେ ତେଣେ ଚଉଦିଗ 

ନୀଳ ନୀଳ ଛାଇ ତମ

ଆବୃତ କରୁଛି ମୋତେ 

ସୂର୍ଯ୍ୟୋଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ 

ଆହୁରି ସକ୍ରିୟ ହେଉଛି 

ରାତିର ଗାଢ ଅନ୍ଧକାରେ 

ତମ ପ୍ରୀତିର ଖୋଲା ପରିଧିରେ

ବିନ୍ଦୁଟିଏ ହୋଇ ଉବୁଟୁବୁ ଯାହା ମୁଁ ହେଉଛି ।।


 


Rate this content
Log in

Similar oriya poem from Romance