Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Classics

4.8  

BISWESWAR MAJHI

Classics

ପାଇକ ବିଦ୍ରୋହ ସ୍ମୃତିରେ

ପାଇକ ବିଦ୍ରୋହ ସ୍ମୃତିରେ

1 min
6.4K


ସ୍ୱାଧୀନତା ତା'ର ଦେବନାହିଁ ବୋଲି

ଦୟା ନଦୀ କଲା ଶୋଣିତେ ଭରା

ଚଣ୍ଡାଶୋକ ଯହିଁ ଧର୍ମାଶୋକ ହେଲା

ସେହି ମାଟି ଏହି ଓଡ଼ିଶା ପରା ।

ଫିରଂଗୀ ସେନା

ତା ଛାତିରେ ଉଡାଇବକି ବାନା !


ଗଜପତି ରାଜା ପାଇକ ପରଜା

ଖୋରଧା ବୀର ଯା କୀରତି ଗାଥା

ଫିରିଙ୍ଗି ସେନାଙ୍କ ବନ୍ଧୁକ ଗୁଳି କୁ

ଖଣ୍ଡା ଧନୁତୀର କି ସମରଥା !

ବୀର ପାଇକ

ଗରିଲା ଯୁଦ୍ଧରେ କରିଲା ରୋକ ।


ବକ୍ସି ଜଗବନ୍ଧୁ ଧରାପଡ଼ି ଶେଷେ

ମରଣକୁ ସୁଖେ ବରଣ କଲେ

ଜୟୀ ରାଜଗୁରୁ ବିଦ୍ରୋହ ବିସ୍ତାରୁ

ହସିହସି ଫାଶି ଖୁଣ୍ଟେ ଝୁଲିଲେ ।

ଲକ୍ଷଣ ନାୟକ

ବ୍ରହ୍ମପୁର ଜେଲ ଗଲା କାଳକ ।


ଛଳବଳ ଆଗେ ବଳ ନପାଇଲା

ସ୍ୱାଧୀନତା ହାରି ମୁକୁନ୍ଦ ଦେବ

ଗଂଗା ଗୋଦାବରୀ ଥିଲା ଯେ ଆବୋରି

ଖଣ୍ଡ ବିଖଣ୍ଡିତ ତା ସୀମା ହେବ !

ପାଇକ ବୀର

ସ୍ମୃତି ଦୁଇ ଶହ ବର୍ଷ ତଳର ।


ଖଣ୍ଡଗିରି ଯା'ର ମହିମା ପ୍ରକାଶେ

ପୁରୀ କୋଣାରକ ଯାହାର କୀର୍ତ୍ତି

ଦେଖାଶୁଣା ଗୁଣେ ଓଡ଼ିଆ ବଖାଣେ

ହେଲା କାହିଁ ଆଜ ଦୁର୍ବଳ ମତି !

ଧରମା ବାଜି

ଜାତି ପାଇଁ ଦେଲେ ପରାଣ ବାଜି ।


ଯଯାତି କେଶରୀ ମର୍କତ କେଶରୀ

ଐର ଖାରବେଳ ପ୍ରତାପରୁଦ୍ର

ପୂର୍ବ ଶୂରୀ ଯା'ର କାହାକୁ ବା ଡର

ମଧୁ ଗୋପବନ୍ଧୁ ଯା କର୍ଣ୍ଣଧାର ।

ବୀର ଓଡ଼ିଆ

ଅସ୍ମିତା ସୁମରି ଫୁଲାଅ ହିଆ ।


Rate this content
Log in

Similar oriya poem from Classics