Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance

5.0  

ପ୍ରଶାନ୍ତ କୁମାର ବେହେରା

Romance

ମନର ନାୟିକା

ମନର ନାୟିକା

1 min
527



ସେ ଆସେ ଲୁଚି ଛପି

ସେଇ ଜହ୍ନ ରାତିରେ

ମୋ ସ୍ୱପ୍ନରେ

ଆଉ ଭାବନାରେ l

ସେ ପରୀ

ରାଜକୁମାରୀ

ମୋ ମନର ମାନସୀ l


ମୋ ମନ ତଳର

ସାଇତା ସ୍ମୃତିରେ

ସବୁବେଳେ ସେ

ଦାଉ ଦାଉ ଦିଶେ l

ମୋର ସବୁ ଭାବ,

ଭାଷା ଓ କବିତା

ସେସବୁ କେବଳ

ତା'ରି ପାଇଁ ଲେଖା l


ସବୁ ରାତିରେ

ସେ ମୋ ସୁନେଲି

ସ୍ୱପ୍ନରେ ଆସେ

କସ୍ତୁରୀ କସ୍ତୁରୀ ବାସେ l

ଏମିତରେ

ତାକୁ ଜଡିତ କରି

ମୋର ସବୁ ସ୍ୱପ୍ନ ଅବୈଧ

ଭାବନା ମାନେ ମଧ୍ଯ ଅବାଧ l


ସେଇ ସବୁ ଅଭୁଲା

ଅତୀତର କଥା

ମୋ ହୃଦୟକୁ ସବୁବେଳେ

କରେ ବିମୋହିତ

ଖୁସିରେ ଆତ୍ମହରା ହୋଇ

ମନ ମୋର ନାଚି ନାଚି

ହୁଏ ପୁଲକିତ l


ଜୀବନ ଜୀଇଁବାର ଇଛା

ବଢାଇ ଦିଏ ସେଇ

ମୋ ମନର ନାୟିକା l


******************************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Romance