Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational Abstract Others

2  

Prasanna Kumar Madala

Inspirational Abstract Others

ଜୀଇଁବାର ମୂଲ୍ୟ

ଜୀଇଁବାର ମୂଲ୍ୟ

1 min
6.8K


ଦିନ ପରେ ରାତି     ଯାଏ ସିନା ବିତି

      ପୁଣି ତ ଫେରଇ ଦିନ

ଏହି ଧାରା ଯଦି     ନପାରିଲ ଭେଦି

      ହେବ କି ବନ୍ଧନୁ ଛିନ୍ନ ?

ଅଜ୍ଞାନ ତମସ       ଭିତରୁ ପ୍ରକାଶ

     ଆଡକୁ ଦେଖିଲେ ସିନା

ଜୀବନର ଅର୍ଥ      ଲାଗିବନି ବ୍ୟର୍ଥ

      ମିଛର ସମ୍ପର୍କ ବିନା ।

ଜୀବ ଓ ପରମ      ସାଜି ବିହଙ୍ଗମ

     ଛନ୍ତି ଯେଉଁ ବୃକ୍ଷ ଡାଳେ

କଳା ଧଳା ହୋଇ    ଇନ୍ଦୁର ସେ ଦୁଇ

      ନିରତ କାଟନ୍ତି କାଳେ ।

ଜୀବ ସିନା ଭୁଞ୍ଜେ  ଯେ ଫଳ ଅରଜେ

     ଦୁଃଖେ ଦେଇ ଶ୍ରମବଳ

ନଶ୍ବର କରମ      ବଳେ କି ପରମ

      ଭୁଞ୍ଜଇ ଶାଶ୍ବତ ଫଳ ?

ଜୀଇଁ କିଛି କାଳ   କେତେ ଅବା ଭାଳ

      ଜୀବନର ମାନେ ଏହି

ଜୀବନ୍ୟାସ ନେଇ    ଉଠିଯାଅ ଚେଇଁ

      ପାରୁଅଛ ଯିଏ କେହି ।

ନହୁଅ କେ ଜଡ    ହୋଇ ପଛେ କଢ

      ଫୁଟି ହୁଅ ଦିନେ ଫୁଲ

ମହକ ବରଷି      ପାରିଲେ ପରଷି

      ମିଳିବ ଜୀଇଁବା ମୂଲ ।

ଭୋଗ ଆଉ ରାଗ    କରି ଭାଗ ଭାଗ

     ହେବାକୁ ହିଁ ହେବ ଋଷି

ଦୁଃଖକୁ ଆବୋରି     ସୁଖକୁ ବିତରି

     ପାରିଲେ ପାଇବ ଖୁସି ।

ଦୁଇ ପାଦ ଚାଲି     ଜୀବନଟା ଜାଳି

     ମିଛଟାରେ ହେଉ ବାଇ

ଅସରନ୍ତି ବାଟ       ଜୀବନର ହାଟ

     କେତେ ହେଉ ହାଇଁପାଇଁ ।

ଆନର ଜୀବନ      ରଖି ସିନା ଧନ

      ବୁଝିବୁ ଜୀଇଁବା କିସ

ଏ ଯେତେ ସଜୀବ    ନଥିଲେ ନଥିବ

     ବୋଲିବା ପାଇଁକି ଈଶ ।

      ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational