Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

4  

Geeta Sarangi

Others

ଜୀବନ ଗୀତା-୧୯

ଜୀବନ ଗୀତା-୧୯

1 min
14.1K


 
ଜୀବନ ବଜାରେ ଖୁସି ବିକାହୁଏ ନାହିଁ
ହସ ବି ତ ମିଳେନାହିଁ
ମନର ଦରଜ କମାଇବା ପାଇଁ କେଉଁ
ମଲମ ବି ମିଳେନାହିଁ ॥୦॥
 
ସପନ ସଉଦାଗର ବିକେ ଖୁସି ନିତି
ନୟନର ବିପଣିରେ
ଆଶାର ଝରଣା ଉଛୁଳି ବହଇ ସିନା
ଖୋଜି ସୁଖ ପାରାବାରେ
ହସର ଝଂକାର ତୋଳଇ ଓଁକାର
ହସଖୁସି ଭରା ଜୀବନ ନାଟକେ ପୁଣି
ଯବନିକା ଆସେ ନଇଁ ॥୧॥
 
ସବୁ ସପନ ତ ସତ ହୁଏନା ଜୀବନେ
କିଛି ଅଧା ରହିଯାଏ
ସ୍ୱପ୍ନ ପୂରା କରୁକରୁ ନିଅଣ୍ଟ ଆୟୁଷ
ପ୍ରାଣପକ୍ଷୀ ଉଡିଯାଏ
ନଥିଲେ ସପନ ଅସାର ଜୀବନ
ଦୁଃଖ ବୈତରଣୀ ବଢିବଢି ଯାଉଥାଏ
ବିପଦ ସଂକେତ ଛୁଇଁ ॥୨॥


Rate this content
Log in