କରେ ପ୍ରଣିପାତ
କରେ ପ୍ରଣିପାତ
ଜୟ ଜୟ ଜଗନ୍ନାଥ
ନୀଳାଦ୍ରି ବିହାରୀ,
ପତିତପାବନ ପ୍ରଭୁ ଭକ୍ତ
ଦୁଃଖ ହାରି ।
ନୀଳାଚଳ ବାସୀ ପ୍ରଭୁ
ଆହେ ଦୟାମୟ,
ରତ୍ନ ସିଂହାସନେ ପ୍ରଭୁ
ଦିଶ ଭାବମୟ।
ସାଗର ସୁତା ଯେ ତୁମ
ଶ୍ରୀମନ୍ଦିର ରାଣୀ,
ଜଗତକୁ ପାଳୁଥାଏ
ସେ ସର୍ବ ସୁଲକ୍ଷଣୀ।
ସାରା ବ୍ରହ୍ମାଣ୍ଡର ସିଏ
ମାତା ଅର୍ଣ୍ଣପୂର୍ଣ୍ଣା,
ତାପାଦେ ଲୟ ରଖିଲେ
ପୂର୍ଣ୍ଣ ଯେ କାମନା।
ଶିରିକ୍ଷେତ୍ର ରାଜା ଆହେ
ତୁମେ ଲୀଳାମୟ,
ପ୍ରଭୁ ତୁମେ ଲୀଳାମୟ।
ଶଙ୍ଖରେ ପୁରାଇ ଚକ୍ର
ଉହାଡେ ରଖୁଥାଅ।
ତୁମ ଧାମ ରେଣୁ ପରା
ଗାଏ ତୁମନାମ,
ତୁମ ନେତ ଦରଶନେ
ସିଦ୍ଧ ସର୍ବ କାମ।
ତୁମରି ଅଭଡା ପାଇ
ନର ମୋକ୍ଷ ପାଏ,
ଟଙ୍କ ତୋରାଣି ଅମୃତଠାରୁ
ବଳିଯାଏ।
ତୋ ଛଡ଼ା ତୁଳସୀ ତୋ
ଆଶୀଷ ଠୁ ବି ବେଶୀ,
ତୋ ବୈକୁଣ୍ଠେ ଥିଲେ ମିଳେ
କାହିଁ କେତେ ଖୁସି।
ପ୍ରଭୁ କାହିଁ କେତେ ଖୁସି।
ତୋ ମହୋଦଧି,ନରେନ୍ଦ୍ର
ରୂପ ଅନୁପମ,
ଅରୁଣ ସ୍ତମ୍ଭ, ବାଇଶି ପାହାଚ
ସ୍ପର୍ଶେ ସ୍ଵର୍ଗସମ।
ଦିବସରଜନୀ ତୋର
ନାମ ମୁଖେ ଗାଏ,
ଏ ବିଶ୍ଵକୁ ସୁଖଶାନ୍ତି
ଯିଏ ଦେଉଥାଏ।
ପ୍ରଭୁ ପ୍ରଣତି ଜଣାଏ।
କାଳିଆ,ମୁଁ କରେ ବିନତୀ
ଜଗଜ୍ଜନ ପାଇଁ,
ସର୍ବ ହୃଦୁ ଷଢ଼ରିପୁ
ନିଅ ଯେ ଚୋରାଇ।
କୋଟି କୋଟି ପ୍ରଣିପାତ
କରେ ଜଗନ୍ନାଥ,
କୋଟି ପ୍ରଣିପାତ ଘେନ
ଆହେ ଜଗନ୍ମାତ।
ସୁଖେ ପାଳ ଏ ଜଗତ।
ପ୍ରଣତି ମହାପାତ୍ର
ବାଲେଶ୍ଵର