Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ଇଲେକ୍ସନ୍

ଇଲେକ୍ସନ୍

1 min
6.5K


ଇଲେକ୍ସନ୍

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ନେତାମାନଙ୍କର ପରୀକ୍ଷା ଇଲେକ୍ସନ୍

ପ୍ରହସନ ଏମାନଙ୍କର ସିଲେକ୍ସନ୍

ଭୋଟ୍ ର ବଜାର ହୋଇଛି ଷ୍ଟାର୍ଟିଙ୍ଗ୍

ଦଳମାନେ କରୁଛନ୍ତି ଆଡଭର୍ଟାଇଜିଙ୍ଗ୍

ଘରେ ଘରେ ବୁଲି କ୍ୟାମ୍ପେନିଙ୍ଗ୍

ଭବିଷ୍ୟତର ଦେଖାଉଛନ୍ତି ଡେମନଷ୍ଟ୍ରେଟିଙ୍ଗ୍ ।

 

ରାବଣ ହେଉ ବା ବିଭୀଷଣ

କୁମ୍ଭକର୍ଣ୍ଣ ହେଉ ବା ଶକୁନି

ଅଜାତଶତ୍ରୁ ହେଉ ବା ଦୁର୍ଯ୍ୟୋଧନ

ସୀତା ହେଉ ବା ଗୀତା ।

 

ପିଉଛନ୍ତି ଗୋଟାଏ ଘାଟରେ ପାଣି

ଜନତାଙ୍କ ଆଗରେ କଥା କହୁଛନ୍ତି ଛାଣି

ରାମରାଜ୍ୟ ଆସିଲେ ପାୱାର

ଜନତା ଏବେ ପୂରାପୂରି ହୋସିଆର

ମନଭୁଲାଣିଆ କଥା ନାହିଁ ଦରକାର ।

 

୬୦ ଦିନ ବୁଲିବାର ବିନ୍ଧା

୬୦ ମାସ ରାଜଉଆସରେ ରନ୍ଧା

ଖାଲି କାନ୍ଦୁଛନ୍ତି କୁମ୍ଭୀର କନ୍ଦା

ଏହାଠାରୁ ଭଲ କେଉଁ ଧନ୍ଦା

ଜନତା ଆଉ ନାହାନ୍ତି ଅନ୍ଧା ।

 

ଏ ଭାଷା ଜନତା ଗଲେଣି ବୁଝି

ଭୋଟ୍ ବେଳେ ଦେଉଛନ୍ତି ସବୁ ସୁଝି

ମଉକା ମିଳୁଛି ଯେତେବେଳେ

ବିଧା ମାରୁଛନ୍ତି ସେତିକିବେଳେ ।

 

ହେଉଛି ନେତାଙ୍କ ଭିତରେ ଫାଇଟିଙ୍ଗ୍

ଦବା-ନବା ବେପାରର ମିଟିଙ୍ଗ୍

ଘରେ ଘରେ ଲାଗିଯାଇଛି ପୋଷ୍ଟର୍

ଯିଏ ଦେବ ସବୁଠାରୁ ବେଶୀ ନୋଟ୍

ତାକୁହିଁ ମିଳିବ ଏ ଘରର ଭୋଟ୍ ।

 

ଇଲେକ୍ସନ୍ ଆଗରାତି ପ୍ରଚାର

ଘଡ଼ିସନ୍ଧି ମୁହୂର୍ତ୍ତ ଅବସର

ରାତିସାରା ଇଟିଙ୍ଗ୍, ମିଟିଙ୍ଗ୍ ଆଉ ସେଟିଙ୍ଗ୍

ଯିଏ ଯେତେ କରିପାରିଲା ବ୍ୟାଟିଙ୍ଗ୍

ଚାରିଆଡ଼େ ଗାନ୍ଧିନୋଟ୍ ର ବୃଷ୍ଟି

କମ୍ପିଉଠୁଛି ନାଲିପାଣିରେ ସୃଷ୍ଟି

ଗାନ୍ଧୀବୁଢ଼ା ନିଜର ମହତ୍ତ୍ୱ ଦେଖି ହସୁଛି

କାଗଜରେ ବନ୍ଧାହୋଇ ବର୍ଷୁଛି

ମନରେ ନଥାଉ ପକେଟରେ ପଶୁଛି

ଜନତାଙ୍କୁ ଦେଇ ଜନତାଙ୍କ ଧନ

କରୁଛନ୍ତି ଦେଶସେବାର ପ୍ରହସନ

ନେତା ଦେଇକରି ଖୁସ୍

ଜନତା ପାଇକରି ଖୁସ୍

ଉଭୟ ଖାଉଛନ୍ତି ମୁମ୍ବାଇ ଲଡୁ ଦିଲ୍ଖୁସ୍

ଧନ୍ୟ ଏ ଯୁଗର ରାଜନୀତି ଆଉ ଇଲେକ୍ସନ୍

ଜନତା ନିଅନ୍ତୁ ପ୍ରପର୍ ଆକ୍ସନ୍

ତେବେ ଯାଇ ହେବ ଏହାର ସଲ୍ୟୁସନ୍ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy