ପ୍ରେମ ପଥିକ
ପ୍ରେମ ପଥିକ
ପ୍ରେମ ଏକ ମଞ୍ଜି
ହୃଦୟେ ବିଧାତା ଦେଇଛି ଖଞ୍ଜି
ନୟନ ମାଧ୍ୟମେ ରୋପି ହୁଏ
ଅଙ୍କୁରଦଗମ ବାଟ ଖୋଜୁଥାଏ ।
ବିଶ୍ୱାସ ସୂର୍ଯ୍ୟାଲୋକ ଯେବେ ପଡେ
ଦୁଇ ହୃଦୟ ମଧ୍ୟେ ମାଡ଼େ
ଭରସାର ମାଟି ଜାବୁଡ଼ି ଧରି
ପ୍ରେମ ବୃକ୍ଷ ବଢ଼ଇ ଏପରି ।
ଚନ୍ଦ୍ରର ସୁଶୀତଳ ଜ୍ୟୋତ୍ସ୍ନା
ପ୍ରେମକୁ କରେ ଆନମନା
ଜଳେ କଇଁ ଆକାଶେ ଜହ୍ନ
ବୁଝନ୍ତି ଉଭୟଙ୍କ ମନ ।
ପ୍ରେମ ପଥିକର ଏହି କଥା
ନୋଇଯାଏ ସଭିଙ୍କ ମଥା
ପ୍ରେମ ବିହୁନେ ସଂସାର
ଶାମୁକା ବିନା ପାରାବାର ।।