ଜୀବନ ଗୀତା-୨୦୫
ଜୀବନ ଗୀତା-୨୦୫
1 min
6.5K
ଗୋଟାଏ ଜୀବନ ମୁଠାଏ ସପନ
ଆଞ୍ଜୁଳାଏ ସରାଗ
କୋଟିଏ ଜୀବନ ଗୋଟିଏ ସପନ
ପାପୁଲିଏ ସୋହାଗ ॥୦॥
ସଂପର୍କ ନଥିଲେ ସମ୍ବଳ କି ହେବ
ଅର୍ଥ ଅନର୍ଥର ମୂଳ
ସୁଖ ସରାଗରେ ଘର କରିଥିଲେ
ଜୀବନ ଅମୂଲମୂଲ
ଏଇତ ଜୀବନ ବଞ୍ଚିବା କାରଣ
ମିଳିଯାଏ ସରଗ ॥୧॥
ମତୁଆଲା ମନ ଆକାଶରେ ଉଡି
ଜନ୍ମମାଟି ଯାଏଭୁଲି
ମାଟି ମା'ତ ନୁହେଁ ବିକାକିଣା ବସ୍ତୁ
ବିକିଦେବ ତାକୁ କାଲି
ମାଟିମାଆ ଆମ ସବୁଠୁ ମହାନ
ଯା ପାଇଁ ମନେ ଗରବ ॥୨॥