Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2  

Prasanna Kumar Madala

Others

ପୁରୁଣା ରାଗରେ

ପୁରୁଣା ରାଗରେ

1 min
6.6K


ପୁରୁଣା ରାଗରେ

ଏବେ ଏବେ ନୂଆ ବର୍ଷା ଟିକକ
ଦେଖନା , କେମିତି ଜାଳୁଛି ଶୀତଳ ଦହନରେ
ଗୁଳୁଗୁଳିଠୁ ବେଶି ଖାଁ ଖାଁ ଗମ୍ଭୀରା ଭିତରେ ।
ବୋତାମ ଖୋଲି ଫିଙ୍ଗି ଦିଅନ୍ତି କି ଆଲଣାକୁ
ଝରକାର ପବନକୁ ପିଠି କରି ସବୁତକ ,
ନା ତମେ ପାଖରେ ଅଛ ଯେ ସାହସ କରନ୍ତି
ଆଶଙ୍କାରେ ଖାଲି ହାତଟା ବଢେଇ ବାହାରକୁ
ଅଳ୍ପ ଅଳ୍ପ ଯା' ଓଦା ହେବା ସାର କେଇ ବୁନ୍ଦାରେ ।
ମନେଅଛି କି ତମର ସେଦିନର ପହଲି ବର୍ଷା !
ଛାତ ଉପରୁ ମୁଁ ଲୁଗା ଆଣୁ ଆଣୁ ବର୍ଷା ମାଡରେ
ଟିକିଏ ବୋଧେ ଭିଜିଥିଲି ତମକୁ ଦେଖି ,
ଖୋଲା ଦେହଟା ତୁମର ଓଦା ସରସର ପୂରାପୂରି
ଆଉ ଉପଭୋଗ କରୁଥିଲ ମନ ଭରି
ବର୍ଷା ଯା' ଆକୃଷ୍ଟ ନକଲା ....
ବେଶି ଯେ ତିନ୍ତିଗଲି ତୁମ ସମ୍ମୋହନରେ ଭିଜି ।
ଦୁଇଟି ଭିଜା ତନୁର ସମ୍ବନ୍ଧରେ
କେମିତି କେବେ ଦେଖୁ ଦେଖୁ ଆତ୍ମା ବି ଭିଜିଗଲା
କାଳାନ୍ତରେ ଦୁଇଟି ହ୍ରଦ ତିଆର କରି
ଅକ୍ଷିର କୁକ୍ଷିରେ !!
ଆଡବନ୍ଧ ଭାଙ୍ଗି ଉଛୁଳିଯିବ କି କଣ
କେମିତି ଯେ ସମ୍ଭାଳିବି ଏକା , ଆରୁଣି ତ ନୁହେଁ
ଆସ ନା ,
ଦୁହେଁ ମିଶି ଭିଜିବା ଆକଟ ଫିଟେଇ ଦେଇ
ଡର ନ ଥିବ ସମୁଦ୍ରର ସାମ୍ନା କରିବାକୁ
ତୁମେ ମୋ ପାହାନ୍ତାରେ ଥିଲେ ,
ହେଇ ଶୁଣ ବୋଉ ଡାକିଲାଣି ରଡି ଛାଡି
ଦେହ ଖରାପ ହେବ ବେଶି ଓଦା ହେଲେ
ନୂଆଁ ପାଣିରେ ଅନ୍ୟ ରାଗିଣୀରେ ।
ପାରିବିନି ଆଉ , ଆସିଯାଅ ନା ପୁରୁଣା ରାଗରେ !!

ପ୍ରସନ୍ନ କୁମାର ମାଦଳା


Rate this content
Log in