Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others Romance Comedy

2.5  

Lalatendu Kabi

Others Romance Comedy

ଅଜଣା ଦେଶର ରାଜ ଜମ୍ପତୀ

ଅଜଣା ଦେଶର ରାଜ ଜମ୍ପତୀ

1 min
6.9K


ଅଜଣା ଦେଶର ରାଜ ଜମ୍ପତୀ

 

ଦୂରୁ କରି ଦର୍ଶନ  

ଉପରାଣେ ଆନନ   

ଢାଙ୍କି ଦିଏ ଯେ ଧନ

 

ତୁମେ ମାନ ନ ମାନ  

ସେ ମୋ ମାନିତା ଜାଣ ||

-୧

କେବେ ଆସେନା ପାଶେ,  

ଦୂରୁ ଲାଜେଇ ହସେ,  

ଚାହିଁ ରହେ ଉଦାସେ,

 

ଜାଣ କାହିଁ ଅଛି ସେ ?  

ସେ ମୋ ଆଶୟ ଦେଶେ ||

-୨

ଦିଶେ ତା ମୁଖ ତୋରା,  

ପୁଣି ପଡ଼ିଲେ ଖରା  

ତାର ସ୍ରବଣ ଝରା

 

ଲାଗେ ଉଆଁସ ତରା  

ଭରା ସରଗ ସାରା ||

-୩

ଗଲେ ତା ପାଶେ ଚାଲି  

ଦିଶେ ତା ମୁଖ ନାଲି  

ତାର ନାସିକା ଫୁଲି,

 

ଚଳେ ବିଚଳ ଚାଲି 

ସିଏ ଯାଏ ଝାଉଁଳି ||

-୪

କେବେ ଦିଏନା ଚିଠି,  

ଠାରି ଦେଲେ ଆଙ୍ଗୁଠି 

ହସି ଉଠେ ଉକୁଟି;

 

ଯାଏ ଓଢଣୀ ଫିଟି

ଲୋଟି, ପଡ଼େ ସେ ଝୁଣ୍ଟି ||

-୫

ଯେବେ ସପନ ଦେଶେ  

ଥାଏ ମୁଁ ରାଜା ବେଶେ   

ଆସି ମୋ ପାଶେ ବସେ

 

ପୁଣି ମୋର ପରଶେ  

ଉଠି ଆଉ ନ ଦିଶେ ||

-୬

ସେ ଯେ ନଥିଲା ପୁର; 

ସେଠି କିଏ  କାହାର  

ମୁଁ ତା ରାଜ କୁମର

 

ସେଠି ଥରକୁ ଥର  

ଆସେ ରାଣୀ ମୋହର ||-୭


Rate this content
Log in