♡♡♡♡ ନୀଳ ନିର୍ଜ୍ଜନ ♡♡♡♡
♡♡♡♡ ନୀଳ ନିର୍ଜ୍ଜନ ♡♡♡♡
ବରଂ ଭଲ ଏଇ ବିଜନତା !
ଏଠି ଖାଲି ତମ ମୁହଁ - ମୋ ମୁହଁ
ତମ ପ୍ରେମ - ମୋ ପ୍ରେମ
ପ୍ରେମମୟ ନୀଳ ନିର୍ଜ୍ଜନତା !!
ଯେଉଁ ଆଡେ ଚାହଁ -
ଆଉ କିଛି ଦୃଶ୍ୟ ନାହିଁ ,
ଯାହା କିଛି ଦୃଶ୍ୟମାନ
ଅନ୍ତରଂଗ ତମ ନିବିଡତା !!
ଏଠାକୁ ଆସ ବୋଲି ତମେ,
ମୁଁ ନିତି ନିତି ଆସେ ;
ଟୋପା ଟୋପା କାକର ବିନ୍ଦୁ ରେ
ଗଛ, ଲତା , ସବୁଜ ପତ୍ର ରେ -
ଫୁଲ ରେ ବି' ତମ ମୁହଁ ଦିଶେ ।
ଏଠି ଦିଗ ବିଦିଗ ବ୍ୟାପି
ଅନନ୍ତ ଶୂନ୍ୟତା,
" ତୁମ ମୟ " " ତୁମ ମୟ "
ନୀଳ ତନ୍ମୟତା !!
ସେଥି ପାଇଁ ଏକାନ୍ତରେ
ଆସୁଥାଏ ବିଦେହ ରେ
ଖୋଜି ଖୋଜି ନିର୍ଲିପ୍ତ ସାନ୍ନିଧ୍ୟ
ତମ ଏକାତ୍ମତା ।।
ଶ୍ରଦ୍ଧା ର ସହ
ଭକ୍ତ ଚରଣ ମଲ୍ଲ
26th Sept.2017.