Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

2  

Bijay Prusty

Others

ବେସୁରା ଗୀତି-୭୦୭

ବେସୁରା ଗୀତି-୭୦୭

1 min
6.7K


ବର୍ଷା ଗୋ ତୁମେ ଖିଆଲି ମନର

ଅଜବ ଖିଆଲଟିଏ

ତୁମ ଆଗମନ ହୃଦୟ ତନ୍ତ୍ରୀରେ

ନୂତନ ସ୍ଵରଟେ ଦିଏ  ॥

ନିଦାଘର ସିଝା ଟାଙ୍ଗରା ଭୂଇଁଟା

ତୁମରି ପରଶ ପାଇ

ସଜେଇ ହୁଅଇ ସବୁଜ ଶାଢୀରେ

ଜୀବନର ଗୀତ ଗାଇ  ॥

ତୁମରି ପାଦର ରୁଣୁ ଝୁଣୁ ସ୍ଵର

କାନରେ ବାଜିଲେ କାର

ଶୀହରିତ ହୁଏ ତନୁ ମନ ସବୁ

ତୁମେ ହୁଅ ଆପଣାର  ॥

କୃଷ୍ଣଚୂଡାର ନାଲି ନାଲି ଓଠ

ଫିକା ଫିକା ଦିଶିଲାଣି

ପ୍ରୀତି ପିୟାସୀ ପ୍ରେମିକ ପ୍ରାଣରେ

ଶୀହରଣ ଖେଳିଲାଣି  ॥

ବର୍ଷା ଗୋ ତୁମ ଶୀତଳ ପରଶେ

ଶୀତଳ କର ତା ପ୍ରାଣ

ହଜିଯାଉ ସବୁ ଯାତନା କଷଣ

ଭିଜି ଯାଉ ଯଉବନ  ॥


Rate this content
Log in