Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

3  

pratap nayak

Others

ସନ୍ତାପ

ସନ୍ତାପ

1 min
255



ଉଜାଣୀ ବୟସ 

ଅଜଣା ଦରଜ 

ଅଙ୍ଗେ ମୋ କରିଛି ବାସ

ତା'ରି ଭୟରେ 

କମ୍ପେ ମୋର ହିଆ 

ନକର ହେ ଉପହାସ ।


ଗରଳ ପରିକା 

ମରମ ବେଦନା 

ଛାଡିଯାଅ ମୋର ପାଶେ

କି କଥା କହିବି 

କିଏ ସେ ଶୁଣିବ

ଚତୁର୍ପାଶ ମୋର ହସେ ।


ପ୍ରିତୀ ପରେ ବସି

ମଖମଲ୍ଲୀ ଶେଜେ

ନିଇତି ତୁମକୁ ଖୋଜେ

ରାତି ବଢିଚାଲେ

ଅଳସ ଦେହରେ 

ଆସିବନି ତୁମେ ବୁଝେ ।


ସପନରେ କାହିଁ 

ମୂର୍ଛେଇ ଦିଅ ଗୋ

କୂଳକିନାରା ମୋ ହଜେ

ତୁମରି ଗୁଣକୁ 

ତୁମରି ଋପକୁ 

ନିଇତି ମରମେ ହେଜେ

ନିଇତି ମରମେ ହେଜେ ।


Rate this content
Log in