ଲେଖିବିନି କବିତା
ଲେଖିବିନି କବିତା
ଲେଖିବିନି କବିତା
ପ୍ରମୋଦ ପ୍ରଧାନ
ଲେଖିବିନି କବିତା
ମୁଁ ଆଉ...
ଲେଖିଲେ କ’ଣ ଯେ ଲେଖିବି ?
ଜୀବନକୁ ସଂଜ୍ଞାରେ ବିନ୍ୟାସ କରିବି ?
ନା, ପ୍ରେମକୁ ବିରହ ପାଇଁ ସତ୍ୟାନାଶ କହିବି ?
ଯାହା ବି ଗାରେଇବି
ଖାଲି ଶବ୍ଦ ଭିତରେ, ଭାବ ଭିତରେ
ନିଜକୁ ହରେଇବି ।
ପ୍ରେମକୁ ଲେଖିଲେ କହିବ
କେତେ ବଡ଼ ପ୍ରେମିକଟାରେ !
ଖାଲି ବିରହରେ ପ୍ରେମକୁ ଝରଉଛି ।
ଜୀବନ କଥା ଲେଖିଲେ କହିବ...
ବ୍ୟର୍ଥ ଜୀବନର ଶେଷ ବେଳ
ଆସିଗଲା ବୋଧେ
କେତେ କାଗଜ-କଲମ ସରଉଛି !
କାଗଜ-କଲମରେ ଶବ୍ଦକୁ
ହରେଇ ହରେଇ ହାରିଗଲି
ଭିତରେ ଭିତରେ ଲେଖିବାର ଇଚ୍ଛାକୁ ମାରିଦେଲି
ଆଉ କ’ଣ ବାକି ରହିଲା ଯେ ବୁଝେଇବାକୁ ?
ମୋ ପାଇଁ ବରଂ ଭଲ...
ଏବେ ନିଜକୁ ନିଜେ କବିତାଠୁ ଦୂରେଇବି
ନହେଲେ କବିତାକୁ ହରେଇବି ।
ଫ୍ରେଣ୍ଡସ୍ କଲୋନୀ, କଟକ
ଫୋନ : ୯୪୩୭୧୮୨୭୮୫
*****