Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Tragedy

4.9  

baijayantimala rout

Tragedy

ବାପା

ବାପା

1 min
517


ବୟସର ଅପରାହ୍ନ ନଥିଲା ତୁମର ସରି,

କାହିଁ ଝରିଗଲ ତୁମେ ଝରା ଶେଫାଳୀଟି ପରି ।

ଏତେ ଅବିଚାର କାହିଁକି ମୋର ପ୍ରତି ହୋଇଲା,

ଦୁନିଆଁର ସବୁ ସୁଖ ମୋର ପାଇଁ ସରିଗଲା ।

ବଞ୍ଚିଛି ଆଜି ମୁଁ ତୁମ ସ୍ମୃତିକୁ ସାଥିରେ ନେଇ ,

ପ୍ରତି ମୁହୂର୍ତ୍ତରେ ଖୋଜେ ମନ ମୋର ତୁମ ପାଇଁ ।

ମନପୁରି ଉଠୁଥିଲା ତୁମର ସେ ମା' ଡାକରେ ,

ଆଜି ହଜିଗଲା ପୁଣି ସେ ଡାକ କେଉଁ ଶୂନ୍ଯରେ।

କାହାକୁ କହିବି ଆଜି ପୁଣି ମନ କଥା ମୋର ,

ବୁଝିବାକୁ କେହି ନାହିଁ ମନର କଥା ମୋହର ।

ମନେ ମନେ ରହି କାନ୍ଦେ ଆଜି ଗୁମୁରି ଗୁମୁରି,

ନା କହିପାରେ ନା ସହିପାରେ ଦୁଃଖକୁ ମୋହରି ।

ସୁଖ ଖୋଜି ପୁଣି ସାଉଁଟିଛି ଆଞ୍ଜୁଳାଏ ଦୁଃଖ,

ତୁମେ ଥିଲେ ଆଜି ମୋ ଦୁଃଖକୁ କରିଥାନ୍ତ ସୁଖ।

ଝିଅ ମୋର ପୁଣି ଅଭାଗିନୀ ଅଟଇ ଯେ ଏତେ ,

ପାଇପାରିଲାନି ତୁମ ସ୍ନେହ ଓ ମମତା ଯେତେ ।

ଅପୂରଣ ଅଭିଳାଷ ରହିଥିଲା ମୋର ଯେତେ ,

ପୂରଣ କରିବ ବୋଲି ଭାବିଥିଲି ତୁମ ହାତେ ।

ହେଲେ ଅଧାବାଟେ ହାତ ଛାଡି ତୁମେ ଚାଲିଗଲ ,

ଏକା ଏକା ଚାଲୁଅଛି ମୁହିଁ ଜୀବନର ପଥ ।

ଶିଖିଲି ମୁଁ ଚାଲି ତୁମ ହାତ ଧରି ଏ ଜୀବନେ ,

ଝୁଣ୍ଟି ପଡେ ମୁହିଁ ଏଠି କିଏ ରଖିବ ଯତନେ ।



Rate this content
Log in