Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Titi Sarangi

Others

2  

Titi Sarangi

Others

ଫଗୁଣ ପୁନେଇଁ

ଫଗୁଣ ପୁନେଇଁ

1 min
6.6K


ଦକ୍ଷିଣା ପବନ ଭସେଇ ଆଣୁଛି ଘଣ୍ଟ ଖୋଳ ବାଜା ମାମୁଁଘର ଗାଆଁ ମନ୍ଦିର ଛୁଇଁ

ଦୋଳ ବେଦୀ ପରେ ଝୁଲଣ ଖେଳିବେ ବଇଁଶୀବାଲା ସେ ଯୁଗାବଧି ରାଧା ପ୍ରେମରେ ବାଇ ।

ତରତର କରି ମୁଗ ଉଡଉଛି ପଡିଶା ଘରର ଜେଜୀ ଯିବ ଏବେ ଖଇ ଭାଜିବ

ଆଜି ତ ଆସିବେ ପଞ୍ଚ ମହାଦେବ ଗାଁ ଗାଁ ବୁଲି ଖାଇବେ ପରା ସେ ଚାଚେରୀ ଭୋଗ

ନବ ବିବାହିତା ବଉଳ ଡାକିଛି ମନ୍ଦିର ବେଢାକୁ ସରେ ନି ତା ଗପ ଗାଧୁଆ ତୁଠୁ

ପ୍ରେମ ନଗରର ରାଣୀଟିଏ ପରି କାହାଣୀ ଗପୁଛି ଜାଣିନି ଆରମ୍ଭ ଶେଷ କୋଉଠୁ ।

ଠାକୁର ଭିଆଣ ଏ ସାରା ଦୁନିଆ ରଙ୍ଗର ପସରା ଲଗାଇଛନ୍ତି ସେ ଦେହ ମନରେ

କେତେ ଭାବେ ରୂପେ ଖଞ୍ଜି ଦେଇଛନ୍ତି ପୁନିଅ ପରବ ବନ୍ଧା ଯିଏ ଖାଲି ପ୍ରେମ ଭାବରେ ।

ରଙ୍ଗ ଅବୀରର କି ଖେଳ ଖେଳିଲେ କାହ୍ନୁ ରାଧା ସାଙ୍ଗେ ଗୋପୀଙ୍କ ମେଳେ

ସେ ଦିନୁ ଉଡୁଛି ପୀରତିର ରଙ୍ଗ ଯୁଗ ପରେ ଯୁଗ ମଣିଷ ମନକୁ ଏବେ ବି ଘାରେ ।

ଫଗୁଣ ମେଲିଛି କେତେ ମନ ହଜା ପ୍ରେମର ମଧୁର ପରଶରେ ଭିଜା ରଙ୍ଗ ପସରା

ଆଜି ଶେଷ ତିଥି ଫଗୁଣ ସାଥୀରେ ପୁନେଇ ପରଶେ ମନେ ଭରନ୍ତା କି ପ୍ରିତୀ ଅସରା ।


Rate this content
Log in