Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Others

3  

Amulya Kumar Panda

Others

ପ୍ରେମ

ପ୍ରେମ

1 min
308



ପ୍ରେମ...

ମାଟି ଆକାଶକୁ ଭଲପାଏ ବୋଲି

ଆକାଶ ଚାତକ ପରି

ଅନାଇ ବସିଥାଏ ମାଟିକୁ l


ପ୍ରେମ...

ନଈ ସଦା ଧାଉଁଥାଏ

ସାଗରେ ମିଶିବ ବୋଲି

ସାଗର ଅନାଇ ରହିଥାଏ

ନଈକୁ କୋଳେଇ ନେବା ପାଇଁ l


ପ୍ରେମ....

ଫୁଲ ଫଗୁଣକୁ ଭଲ ପାଏ ବୋଲି

ଫଗୁଣ ଅପେକ୍ଷା କରେ

ବର୍ଷରେ ଥରେ ଫୁଲର ମହକ ପାଇଁ l


ଯେପରି...

ଆଲୋକ ବିନା ଅନ୍ଧାର

ଅନ୍ଧାର ବିନା ଆଲୋକ ମୂଲ୍ୟହୀନ

ଠିକ୍ ସେଇପରି.....

ପ୍ରେମ ବିନା ଜୀବନ ନିରର୍ଥକ l


ଏଠି ସଦା......

ଆଲୋକ ଥାଏ

ଅନ୍ଧାର ଥାଏ

ମାଟି, ଆକାଶ, ନଈ, ସାଗର,

ଫୁଲ, ଫଗୁଣ ସବୁ ଥାଏ

କିନ୍ତୁ.....

ପ୍ରେମ ବିନା ଏସବୁର ସୁନ୍ଦରତା

କେଉଁଆଡ଼େ ହଜିଯାଏ l

------------- #ଅମୂଲ୍ୟ_କୁମାର_ପଣ୍ଡା ------------

---------- ଅରଙ୍ଗାବାଦ, ବରୀ, ଯାଜପୁର ---------


Rate this content
Log in