Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

2  

KUMUDA CHANDRA DALEI

Inspirational

ଆମ ପରିବଶ ଗଢିବା ଆସ

ଆମ ପରିବଶ ଗଢିବା ଆସ

1 min
7.0K


ପରିବେଶ ଯଦି ହେବ ସୁନ୍ଦର

ଭରି ରହିଥିବ ଗଛ ପତରl

ଫୁଲ ଫୁଟୁଥିବ ଭଳିକି ଭଳି

ଯବା, ହେନା, ମଲ୍ଲୀ, କୁସୁମ କଳି l

ଉଡି ବୁଲୁଥିବେ ପରଜା ପତି

ଡେଣା ଦୋହଲାଇ ସୁନ୍ଦର ଅତି l

ଗୁଣୁ ଗୁଣ ଗାଇ ମଧୁ ମକ୍ଷିକା

ଫୁଲରୁ ଶୋଷିଲେ ମଧୁ କଣିକା l

ବହୁଥିବ ବାଆ ସୁଲୁସୁଲିଆ

ଲତା ନାଚୁଥିବେ ହଲାଇ ବାହା l

ପକ୍ଷୀ ଉଡୁଥିବେ ଡେଣା ହଲାଇ

ରାବ କରୁଥିବେ ଥଣ୍ଟ ମେଲାଇ l

କଳା ମେଘ ଦେଖି ମାଇ ମୟୂର

ନାଚ କରୁଥିବ ହଲାଇ ପର l

ମେଘ ଦେଉ ଥିବ ବରଷା ପାଣି

ଜୀବ ଜଗତର ମନକୁ ଜାଣି l

ଶସ୍ୟ କେଣ୍ଡା ଧରି ଫସଲ କ୍ଷେତେ

ଦୋଳି ଖେଳୁଥିବେ ପାବନ ସାଥେ l

ରାସ୍ତା ଘାଟ ଥିବ ସଫା ସୁତୁରା

ଆବର୍ଜନା କୁଣ୍ଡେ ହୋଇବ ଭରା l

ଜୀବ ଜନ୍ତୁଙ୍କର ମୃତ୍ୟୁ ଶରୀର

ପୋତା ହେଉ ଥିବ ଗାତ ଭିତର l

ପାଇଖାନା ମଧ୍ୟରେ ରହିବ ମଳ

ସଫା ଥିବ କୂଅ ପୋଖରୀ ଜଳ l

ଆମ ପରିବେଶ ଆମରି ଯଶ

ସୁନ୍ଦର ଭବରେ ଗଢ଼ିବ ଆସ ।


Rate this content
Log in

Similar oriya poem from Inspirational