Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ମୋ ପରିଚୟ ମୋ ମାତୃଭାଷା

ମୋ ପରିଚୟ ମୋ ମାତୃଭାଷା

1 min
6.9K


ଓଡିଆ ପୁଅ ମୁଁ ଓଡ଼ିଆ ପୁଅ?

ଓଡିଶା ମାଟିର ପାଣି ପବନରେ

ଗଢା ହୋଇଅଛି ମୋହର ଦେହ

ଜାନାମି ଲି ଯେବେ ଏ ମାଟି କୋଳେ

କୁଆଁ ରାବ ଦେଲି ସେତିକି ବେଳେ

ମୋ ମାଆ ମାଉସୀ କୋଳେଇ କାଖେଇ

ଶବ୍ଦ ଉଚ୍ଚାରଣ କଲେ ସହାୟ.. 2

ଶ୍ରୁତି ମଧୁର ମୋ ଓଡ଼ିଆ ଭାଷା

ଶୁଦ୍ଧ ଉଚ୍ଚାରଣ ସରଳ ଯେସା

ଭାବ ଆଦାନ ରେ ଭାବ ପ୍ରଦାନ ରେ

କଥିତ ଶବ୍ଦ କଲେ ପରିଚୟ.. 3

ଖନେଇ କହିଲି ମୋ ମାତୃ ଭାଷା

ନଥିଲା ସେଥିରେ ବିଦେଶୀ ମିଶା

ପାଶ୍ଚାତ୍ୟ ଭାଷା କୁ ଆଦର ବଢାଇ

ଭୁଲି ଗଲି ମୋ ନିଜ ପରିଚୟ.. 4

କେତେ ସୁନ୍ଦର ମୋ ଓଡ଼ିଆ ଶବ୍ଦ

ଆର୍ଥ ଗତ ସାମ୍ୟ କଥିତ ଭେଦ

ଭିନ୍ନ ଅର୍ଥ ବୋଧକ ଉତ୍ତରଣ ଭେଦ

ଭାବ ପ୍ରବଣତା କରେ ଉଦୟ... 5

ମୋ ଭାଷାର ଲିପି ଅତି ସୁନ୍ଦର

ପ୍ରତି ବର୍ଣ୍ଣ ଗୁନ୍ଥା ମାଳ ଓଁକାର

ଏ ବର୍ଣ୍ଣ ମାଳାକୁ ମୁଖସ୍ଥ କରିଲେ

ମନରେ ସଦ୍ ଜ୍ଞାନ ହେବ ଉଦୟ.... 6

ମୋ ଓଡ଼ିଆ ଭାଷା ଅଟେ ଉତ୍କୃଷ୍ଟ

ମୋ ମନ ଭାବନା କରେ ପ୍ରକଟ

ଆମରଣ ଯାଏଁ ନ ଭୁଲିବି ତାକୁ

ମୋ ଭାଷା ଅଟେ ମୋ ପରିଚୟ.... 7


Rate this content
Log in

Similar oriya poem from Inspirational