Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Others

3  

Prasanta kumar Hota

Others

ପ୍ରେମ ଫଳ

ପ୍ରେମ ଫଳ

1 min
6.6K


ଖାଇଦେଲେ ବୋଲି ଆଦାମ୍ ଓ ଇଭ

ସଂସାର ବୃକ୍ଷର ଫଳ

ଜାଗରିତ ହେଲା ପ୍ରେମ ପରସ୍ପର

ଦେଖିଲେ ନବୀନ କାଳ ।

ସୁନ୍ଦର ସୃଷ୍ଟିରେ ଶୋଭା ବିରାଜିଲା

ପ୍ରେମ ହେଲା ପ୍ରଭାମୟ

ଶୃଙ୍ଗାର ରସରେ ସଂସାର ରଚିଲା

ଜନ୍ମ ନେଲା ମାୟା ମୋହ ।

ଜଗତ ଦେଖିଲା ପ୍ରେମ ଆକର୍ଷଣ

ପ୍ରେମ ହେଲା ସର୍ବ ମୂଳ

ପ୍ରେମ ନଥିଲେ କି ଥାଆନ୍ତା ଦୁନିଆ

ପ୍ରେମ ହିଁ ସଂସାର କୁଳ ।

ଲଳିତା ପ୍ରେମରେ ବିଦ୍ୟାପତି ଦେଲେ

ଜଗନ୍ନାଥ ପୁରୀ ଧାମ

ଲଇଲା ମଜୁନୁ ହୀର ରଂଜା ପୁଣି

ପ୍ରେମ କଲେ ମହାଦ୍ରୁମ ।

ରାଧାକୃଷ୍ଣ ପ୍ରେମ ଅମର ଅମ୍ଳାନ

ଦେଖେ ନାହିଁ ଜାତି ଧର୍ମ

ପଞ୍ଚ ପତି ଥାଇ ହେଳେ ଦ୍ରଉପଦୀ

ଭାବୁଥିଲେ ମନେ କର୍ଣ୍ଣ ।

ଶିବଙ୍କୁ ପାର୍ବତୀ ଲକ୍ଷ୍ମୀ ନାରାୟଣ

ଲୀଳା ତାଙ୍କ ଅନୁପମ

ଦେହଠାରୁ ଦୂର ଆତ୍ମା ପରସ୍ପର

ହୁଏ ନାହିଁ କେବେ ଭିନ୍ନ ।

ପ୍ରେମ ପାରାବାରେ ସଂସାର ନାବରେ

ପାଏନାହିଁ ଆତକାତ

କିଏ ପାରିହୁଏ କିଏ ନାଶଯାଏ

ପ୍ରେମ କିନ୍ତୁ ଅମରୁତ ।

ପ୍ରେମ ନୁହେଁ ଦେହ ଆଦାନ ପ୍ରଦାନ

ପ୍ରେମ ପରସ୍ପର ତ୍ୟାଗ

ପ୍ରେମ ପାଇଁ ସଦା ଜୀବନ ଉତ୍ସର୍ଗ

ପ୍ରେମ ନୁହେଁ ଅପବାଦ ।

ପ୍ରଶାନ୍ତ କୁମାର ହୋତା


Rate this content
Log in