Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Comedy

2.0  

Prasant Kumar Nath

Comedy

ରଜ (ବ୍ୟଙ୍ଗ)

ରଜ (ବ୍ୟଙ୍ଗ)

1 min
6.8K


ବରଷକ ପରେ ପୁଣି ଆଉ ଥରେ

ରଜଟା ଗାଁକୁ ଆସିଛି

ଗାଁ ସିନା ଲାଗେ ଖାଲି ଖାଲି ହେଲେ

ପାର୍କଟା ପୁରି ଯାଉଛି ।

ଯେଉଁଠି ଦେଖିବ ଯୋଡି ଜାଉଁଳିଙ୍କ

ବଳ କଷା କଷି ଚାଲିଛି

ରଜ ପରମ୍ପରା ହେଲାଣି ପୁରୁଣା

ସହରି ସଭ୍ୟତା ମାତିଛି ।

ରଜ ଆସିଗଲେ ଫିଲିମି ନିର୍ମାତା

ନୂଆ ଫିଲିମିଟେ କରୁଛି

ଭିଣୋଇ ସାଥିରେ ଶାଳୀ ଯାଇ ସେଠି

କଣୁଆ ସିଇଟି ଖୋଜୁଛି ।

ପିଠାପଣା ପରା ହେଲାଣି ପୁରୁଣା

କିଏ ସେ ସେଗୁଡା ଖାଉଛି

ବାରରେ ଯାଇ ଅଧାରାତି ଯାଏ

ଫରେନ ଲିକ୍ୱାର ପିଉଛି ।

ବେଳ ଦୁଇଘଡି ହେଲାଣି ଆସିକି

ବୋହୁଟା ଖଟରେ ଶୋଇଛି

ଦୋଳି ଖେଳିବାକୁ ନାତି ଟୋକା ପରା

ପ୍ରେମିକା ସାଥିରେ ଯାଇଛି ।

ବିଅର ବୋତଲ ହସେ କିରି କିରି

ଚିକିଣା ଖାସିଟା କାନ୍ଦୁଛି

କଂସେଇ ତାହାର କଟୁରି ସଜେଇ

ଗ୍ରାହକକୁ ଚାହିଁ ବସିଛି ।

କୁଆଁରୀ ଝିଅଟା ଦେହରେ ତାହାର

ଚାଖଣ୍ଡେ ପୋଷାକ ପିନ୍ଧିଛି

ଯୁବକଙ୍କୁ ଖୁସି କରିବା ପାଇଁକି

ଦିସ୍କୋ ଡ୍ୟାନସ କରୁଛି ।

ଦୋଳି ଖେଳିବାକୁ କହିଦେଇ ଝିଅ

ଆମ୍ବ ତୋଟା ଆଡେ ଯାଇଛି

ଭଲ ସେ ଯାହାକୁ ପାଉଥିଲା କାଳେ

ସେହି ତୋଟା ଆଡେ ଆଇଛି ।

ଦେଖି ନେଇ କାଳେ ଚିହ୍ନିଦେଵ କିଏ

ମୁହଁରେ କପଡା ବାନ୍ଧିଛି

ହଅଟ ହଅଟ ଦିଶିବ ବୋଲିକି

ଟାଇଟି ଜିନସ ପିନ୍ଧିଛି ।

ପରମ୍ପରା ଏବେ ବଞ୍ଚି ଅଛି ବୋଲି

ଅଜାକୁ ଆଈ ମୋ କହୁଛି

ପାକୁଆ ପାଟିରେ ଖିଲିପାନ ଖାଇ

ଓଠ ତାର ନାଲି କରୁଛି ।

ବୁଢ଼ାବି ତାହାର ଘରଣୀ ପାଇଁକି

ଦୋଳିଟେ ବାଡ଼ିରେ ବାନ୍ଧିଛି

ହଳ କରିବାକୁ ବିଲକୁ ନଯାଇ

ନୂଆ ଧୋତି ଖଣ୍ଡେ ପିନ୍ଧିଛି ।

ପୋଡ଼ ପିଠା କରି ଆଇଟା ମୋହର

ପତିକୁ ତାହାର ଖୋଉଛି

ଏହି କଥା ଦେଖି ଭାବିଲି ସତରେ

ଆଜିବି ରଜଟା ବଂଚିଛି ।


ପ୍ରଶାନ୍ତ କୁମାର ନାଥ


Rate this content
Log in