ଭକତକୁ ଧରି ରଖେ
ଭକତକୁ ଧରି ରଖେ
ମାଆ ବୋଲି ତାକୁ ଡାକିଦେଲେ ଥରେ
ଶରଧାରେ ଓ...ଓ କରେ ,
ମମତାମୟୀ ସେ କଲ୍ୟାଣମୟୀ ଯେ
ଦୁଃଖ,ଶୋକ ସବୁ ହରେ ।
କେତେ କେତେ ରୂପେ ପୂଜାପାଏ ସିଏ
ଶକ୍ତିମୟୀ-ଶାକମ୍ବରୀ ,
ଜଗତ କଲ୍ୟାଣେ ବାରବାର ଆସେ
ଏ ଧରାକୁ ଅବତରି ।
ଯିଏ ଯେଉଁ ନାମେ ଆଦରେ ଡାକିଲେ
ମାଆ ସୁପ୍ରସନ୍ନା ହୁଏ ,
ସନ୍ତାନ ବତ୍ସଳା ଅଟଇ ସେ ଯେଣୁ
ସୁଖ,ଶାନ୍ତି ଯାଚି ଦିଏ ।
ଚାହେଁନାହିଁ କେବେ ଭକତ ପାଖରୁ
ପାଇବାକୁ ହୀରା-ମୋତି ,
ଲୋଡ଼ା ତା'ର ଖାଲି ଆନ୍ତରିକ ଶ୍ରଦ୍ଧା
ଭକତର ଭାବ ଭକ୍ତି ।
ଭକତି ଭାବରେ ଡାକଦେଲେ ତାକୁ
ରହିଥାଏ ପାଖେ ପାଖେ ,
ସର୍ଵ ସଙ୍କଟରୁ ପଣତ ଉହାଡ଼େ
ଭକତକୁ ଧରି ରଖେ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।