Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Others

3  

Mamatamanjari Das

Others

ବନ୍ଧୁ

ବନ୍ଧୁ

1 min
13.2K


ବନ୍ଧୁତା ଅଟଇ ଦୁର୍ଲଭ ଏ ଭବେ

ଥରୁଟିଏ ହେଜ ବନ୍ଧୁ

ଆଜି ମଲେ କାଲି ହୋଇବ ଦି'ଦିନ

ଏହାହିଁ ସତ୍ୟର ସିନ୍ଧୁ ।

ବନ୍ଧୁତା ଅଟଇ ଦୁର୍ଲଭ ଏ ଭବେ

ସର୍ବଦା ଥିବ ଜୀବନ୍ତ

ବନ୍ଧୁ ଥିଲେ କର୍ଣ୍ଣ ବନ୍ଧୁ ଥିଲେ କୃଷ୍ଣ

ଦୁହେଁ ଥିଲେ ବନ୍ଧୁ ହିତେ  ।

ବିନା ଅସ୍ତ୍ର ଧରି ବନ୍ଧୁ ପାଇଁ କୃୃଷ୍ଣ

ଦେଉ ଥିଲେ ଉପଦେଶ

ବନ୍ଧୁ ପାଇଁ କର୍ଣ୍ଣ ଜୀବନ ଦେଇବି

ରଖିଗଲେ ନିଜ ଯଶ ।

ବନ୍ଧୁତା ଅଟଇ ଦୁର୍ଲଭ ସମ୍ପଦ

ତାକୁ ଦିଅ ସନମାନ

ସବୁ ସ୍ୱାର୍ଥକୁ ପରିତ୍ୟାଗ କରି

ରଖ ବନ୍ଧୁତା'ର ମାନ ।

ଅଳିକ ଜୀବନ କ୍ଷଣିକ ସମୟ

ବନ୍ଧୁ ପାଇଁ ବନ୍ଧୁ ଦିଅ

ବିପଦ କାଳରେ ତାଙ୍କ ପାଖେ ରହି

ବନ୍ଧୁ ର ମର୍ଯ୍ୟାଦା ପାଅ ।

## ମମତା ମଞ୍ଜରୀ ଦାସ ,କଟକ ##

 


Rate this content
Log in