Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIPRA NAMTA

Others

3  

SIPRA NAMTA

Others

ବେଦନାର କୋହ

ବେଦନାର କୋହ

1 min
7.1K


ବେଦନାର ବରଫ ସ୍ତୁପକୁ

ତରଳୀକୃତ କରିବାରେ

ନିର୍ଗତ ହୁଅନ୍ତା କି ଉତ୍ତୁଙ୍ଗ ପର୍ବତ ଗହ୍ଵରରୁ

ଜ୍ଵଳନ୍ତ ଲାଭାର ତରଳାଗ୍ନି ,

ଧ୍ଵଂସ ହୋଇଯାଆନ୍ତା

ମାନବର ସବୁ ହୀନମନ୍ୟତା

ଆଗ୍ନେୟଗିରିର ସ୍ରୋତରେ ।।

ସେଇ ଧ୍ଵଂସର ପାଉଁଶ ତଳୁ

ଭାସି ଆସନ୍ତା,

ପ୍ରୀତିର ମହ୍ଲାର ,ପ୍ରେମର ଗଜଲ,ଆଉ

ମାନବବାଦର ମହାନ ଶ୍ଳୋକ

ପ୍ରତିଟି ସ୍ନାୟୁରେ ,ପ୍ରତିଟି ଶିରାରେ ।।

ଯୁଗେ ଯୁଗେ ବାନ୍ଧି ରଖନ୍ତା

ବନ୍ଧୁତ୍ଵର ଉଷ୍ଣ ପରଶରେ

ସାମ୍ୟବାଦର ଅଭୁଲା ସ୍ମୁତିକୁ

ଲିପିବଦ୍ଧ କରନ୍ତା ସ୍ଵର୍ଣ୍ଣକ୍ଷରରେ

ଇତିହାସର ଅଲିଭା କାନ୍ଥରେ

ଅବାଞ୍ଛିତ ଅପ୍ରତ୍ୟାଶିତ

ଜୀବନ୍ତ ଶବର ମୃତ୍ୟୁରେ ।।

ବାରିପଦା ।

ମୟୁରଭଞ୍ଜ



Rate this content
Log in