Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

2  

Bhakta Malla

Others

ଖରାପ ଥିମ୍

ଖରାପ ଥିମ୍

1 min
6.7K



ଅଛି କି' କିଛି ଖରାପ ଥିମ୍

ତମେ ଜିମ୍ ଯାଅ କି'

ଜମି କୁ ଯାଅ -

ଚାଷ କର କି' ଚ୍ୟାମ୍ବରରେ ବସ

ଚବ୍ୟ ଚୋଷ୍ୟ ରେ ଜିଅ କି '

ଚିତ୍- ଆନନ୍ଦରେ ମଗ୍ନ ହୁଅ

କିଛି ବି' ନାହିଁ ଫରକ

ଜରି ଗୋଟାଳୀ ହିଁ

ସାଉଁଟୁଥିବ ଜୀବନ

ତମେ ଫିଙ୍ଗିଥିବା ଖରାପ ଥିମ୍ ର

ଭଙ୍ଗା ଛେଚା ପ୍ଲାଷ୍ଟିକ୍ ବୋତଲରୁ ।

ତମ ଯୌବନର ପରସ୍ତ ପରସ୍ତ ଉନ୍ମାଦନା

ତମ ସୁଠାମ ତ୍ବକ୍ ର ନିର୍ଲଜ ପଣ

ଲିପଷ୍ଟିକ୍ କରା ଲାଲ୍ ଓଠର କମ୍ପନ

ରଂଜନୀଗନ୍ଧାର ସ୍ତବକରେ

ଫାଟି ପଡୁଥିବା ଗଭା ,

ଅର୍ଗଳି ରେ ସୁବିନ୍ୟସ୍ତ ଜୀବନ

କଛି ବି' ଫରକ ନୁହେଁ

ମୁକ୍ତ ଆକାଶ ତଳେ

ଖରାରେ ସିଝି ଜୀବନ ସାଉଁଟୁଥିବା

ଜରି ଗୋଟାଳି ର ମୁହଁର ବିଭା ।

ତମ ଇସ୍ତ୍ରୀ କରା ଜୀବନ ସନ୍ଧିରେ

ସ୍ମୃତି ପରି କେଉଁଠି ବି' ଥାଇପାରେ

କିଛି ଅବଶୋଷ ର ଅଳନ୍ଧୁ

କିଛି ବି ଅଦୃଶ୍ୟ ଯଂତ୍ରଣା ,

ସ୍ବପ୍ନର ନିର୍ଜନତା ରେ

କେଉଁଠି ବି' ଥାଇପାରେ

ମର୍ମଦାହୀ ଆହତ ବେଦନା !

ତମ ନିଷ୍ପ୍ରଭ ଆଖି ତଳେ

ଧାରେ କଳାଦାଗ ସୂଚାଏ

ତମେ ଝଡୁଥିବା ପତ୍ରର ପାଦପ ,

ପରସ୍ତ ପରସ୍ତ ପ୍ରସାଧନ

ଲୁଚାଇ ପାରେନା

ଉକୁଟୁ ଥିବା ଅନ୍ତର ର ଦୁଃଖ ।

ହେଇ ଦେଖ !

ଖରା ଧାସରେ କଳା ମଚ୍ ମଚ୍ ହାତ

ଦପ୍ ଦପ୍ ଜଳୁଥିବା

ବେହିସାବୀ ଆଖି

ସ୍ବପ୍ନର ଅଞ୍ଜନ ମାଖି

ଇନ୍ଦ୍ରଧନୁ ର ଛବି ଆଙ୍କୁଛି

ଗୁଣ ଗୁଣୁ ଗୀତର ତାଳରେ,

ଜୀବନ ସାଉଁଟୁଚି

ସମାନ୍ତରାଳ ଛନ୍ଦରେ

ଖରାପ ଥିମ୍ ର ଛାତିରେ ।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।

28th August 2018.


Rate this content
Log in