Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

2  

Amiya Bej

Others

ଏକା ମୁଁ

ଏକା ମୁଁ

1 min
1.3K


ଏକା ମୁଁ

ହୃଦୟକୁ କରିଦିଅ ଏଯାଏଁ ଛୋଟ,

ଧୂଳିକଣା ପରି,

ବା' ଆଉରି ଛୋଟ ହେଉପଛେ,

ଯେମିତି କି ମୁଁ ଅଣ୍ଟିଯିବି ଖାଲି

ଖୁନ୍ଦୀଖାନ୍ଦୀ, ମୋଡିମାଡି ।

ନହେଲେ ଏବେ ତ

ତୁମ ବିଶାଳତାରେ ହଜିଯାଉଛି ମୋ ଅସ୍ତିତ୍ଵ ।୧।

 

ହୃଦୟକୁ କରିଦିଅ ଏଯାଏଁ ଛୋଟ,

କାକରର ବିନ୍ଦୁ ପରି,

ବା' ଆଉରି ଛୋଟ ହେଉପଛେ,

ଯେମିତି କି ମୁଁ ରହିଯିବି ଖାଲି

ଭିଜିଭାଜି, ଡୁବିଡାବି ।

ନହେଲେ ଏବେ ତ

ତୁମ ବିଶାଳତାରେ ହଜିଯାଉଛି ମୋ ଅସ୍ତିତ୍ଵ ।୨।


Rate this content
Log in