Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ajaya Mahala

Inspirational

2  

Ajaya Mahala

Inspirational

ସ୍ବପ୍ନ ୩

ସ୍ବପ୍ନ ୩

1 min
1.1K



ନିରଳସ ଚାଲି ହସ ଖିଲି ଖିଲି

ଅନନ୍ତ ମୂର୍ଛନା ଅମର୍ତ୍ତ୍ୟ ସ୍ବର

ପାଦ ରଖି ଚାଲେ ଧୀରେ ଗାଲିଚାରେ

ଆପେ ଖୋଲିଯାଏ ସବୁ ଦୁଆର

ସୁନେଲି ସେ ପ୍ରଜାପତି ନର୍ତ୍ତକୀ

ଛୁଇଁବାକୁ ଗଲେ ଯାଏ ଚମକି ||


ବିତେ ନାହିଁ କ୍ଷଣ କରେ ଆଗମନ

ଦେଖୁଥାଏ ମତେ ବୁଲି ବୁଲିକି

ଇନ୍ଦ୍ରଧନୁର ଘୂର୍ଣିମ ପଥେ

ରଂଗୀନ୍ କୁହୁଡି ପହଁରି ବୁଲେ ||


ଖସଡା ସେ ପଥେ ଅନୁସରେ ସ୍ବପ୍ନ

ଖସଡା ପଣତ ଧରି ମୁଁ ଚାଲେ

ବର୍ଣିଳ ମାୟାଜାଲର ଫାସରେ

ଇନ୍ଦ୍ରିୟ ସବୁ ହେଉଛି ଛନ୍ଦି

ସ୍ପର୍ଶର ଭିଡ ସ୍ନାୟୁ ସ୍ନାୟୁ ମୋର

ସୌନ୍ଦର୍ୟରେ ଆଖି ହୁଏ ମୋ ଖୁନ୍ଦି ||


Rate this content
Log in