Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Mahapatra

Fantasy Inspirational

2  

Pranati Mahapatra

Fantasy Inspirational

ଜୀବନର କେତେ ରଙ୍ଗ

ଜୀବନର କେତେ ରଙ୍ଗ

1 min
7.1K


ଜୀବନର କେତେ ରଙ୍ଗ

ସୁଖ ଅବା ଦୁଃଖ,

ସୁପ୍ତ ନ ହେଲେ ଜାଗ୍ରତ,

ସୁର ଥାଉ ବା ବେସୁରା,

ମଳୟ ମନ୍ଦ ମନ୍ଥର କିମ୍ବା ପ୍ରଖର,

ପ୍ରୀତିର ଗୋଲାପ ଅବା ଶୁଷ୍କଟାଙ୍ଗରା

ହେଉ ମରୁଭୂମି ଅବା ଜନାକୀର୍ଣ୍ଣ,

ଚାଲିଥିଲା, ଚାଲିଛି ଆଗକୁ

ଠିକ୍ ଚାଲିବ।

କଣ୍ଟା ହେଉ ବା କଣ୍ଟକିତ,

ଭୁଲି ତ ହୁଏନାହିଁ...

ପଡ଼ିଥିବା ପଦଚିହ୍ନକୁ

ଲିଭାଇ ହୁଏନାହିଁ ହୃଦୟର

ସ୍ମୃତିରେଖାକୁ,

ଦୂରୀଭୂତ ହୁଏ ନାହିଁ ମନମନ୍ଦିରରେ

ଜଳାଇ ଥିବା ଅଗରୁର

ସୁଗନ୍ଧିତ ସୁବାସକୁ,

ଏବେବି ସେ ପ୍ରେମ ବୃକ୍ଷଟି

ପତ୍ର,ପୁଷ୍ପରେ ବେଶ୍ ଆକର୍ଷଣ।

ଅପେକ୍ଷା ମଳୟ ପବନକୁ,

ପରଶରେ ଫଳ ଫଳିବାକୁ,

ଯେତେ ଯାତନା ହେଉ ପଛେ,

ଜୀବନକୁ ଉପଭୋଗ କରିବାକୁହେବ 

ଜୀବନର ପହିଲି ରଙ୍ଗକୁ 

ଅକ୍ଷୁର୍ଣ୍ଣ ରଖିବାକୁ ହେବ ।

ଜୀବନର କେତେ ରଙ୍ଗ ।

ପ୍ରଣତି ମହାପାତ୍ର

ବାଲେଶ୍ୱର


Rate this content
Log in