Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sushantkumar Pradhan

Others

2  

Sushantkumar Pradhan

Others

ଆସ ହେ ଉଣେଶି

ଆସ ହେ ଉଣେଶି

1 min
170



ପୀୟୁଷ ପରଶେ ଦିଅ ହେ ଉଣେଶି

ହସୁ ସସାଗରା ଧରା

ନବୀନ ଅରୁଣ କିରଣେ ଝଲସୁ

ମହକୁ ମୁଲକ ସାରା ।।


ଯାଇଛି ଅଠର ଆଣିଛି ଉଣେଶି

ସ୍ମୃତି ଅନୁଭୂତି ପେଡି

ନବ ଉନ୍ମାଦନା ନବୀନ ପୁଲକେ

ବିତିଯାଉ ଦିନ ରାତି ।।


ପ୍ରତୀକ୍ଷାର ଅନ୍ତ ଘଟାଅ ସଅଳ

ଆସ ଧରି ନୂଆ ଆଶା

କରେ ଅନୁନୟ ଶିଖୁ ଏ ସମୟ

ପରିବର୍ତ୍ତନର ଭାଷା ।।


ପୁର ପଲ୍ଲୀ ଗ୍ରାମ ଦେଶ ଆଉ ବିଶ୍ୱ

ତୁମ ଆଗମନେ ହସୁ

ତୁମ ଅବସ୍ଥାନ ସବୁରି ମନରେ

ଦେଶପ୍ରେମ ଭାବ ଜାଗୁ ।।


ସୁଶାନ୍ତ ପ୍ରଧାନ

ବଂଧହୁଡା

ନରସିଂହପୁର କଟକ



Rate this content
Log in