Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ଦିନଟି କଟଇ ସୁଖେ

ଦିନଟି କଟଇ ସୁଖେ

1 min
6.8K


ଦିନଟି କଟଇ ସୁଖେ

ନଗେନ୍ଦ୍ର ନାଥ ପଟ୍ଟନାୟକ

ଚଇତ ଆସିଛି ଧରାକୁ ଓହ୍ଲାଇ

କେତେ ପରବକୁ ନେଇ ,

ପ୍ରକୃତିର ଏଇ ମାସଟିଏ ପରା

ମନ ମୋହିନିଏ ସେହି ।

ଠାକୁରଙ୍କ ଝାମୁଯାତରାର ଶୋଭା

ଲାଗେ କେଡେ ମନଲୋଭା ,

ଭକତର ମନ ଉଛୁଳି ଉଠଇ

ନୟନେ ନାଚଇ ଆଭା ।

ଘୋଡା ,ଦଣ୍ଡନାଚେ ଗାଁ ଦୁଲୁକଇ

ଭିଡ ଜମେ ଧୀରେ ଧୀରେ ,

ବୁଢାଠୁ ପିଲାଏ ଧାଇଁଯାନ୍ତି ସେଠି

ଛାଡି କାମ ସବୁ ଘରେ ।

ଗାଁ ଦାଣ୍ଡ ସହରେ ବାସନ୍ତିକ ପୂଜା

କରନ୍ତି ସଭିଏଁ ମିଶି ,

ରାମନବମୀକୁ ପାଳନ୍ତି ଭକତେ

ଭକତିରେ ମନ ତୋଷି ।

ମଙ୍ଗଳବାରରେ ପଣାପାଣି ଟିକେ

ପିଇବାକୁ ମନ ଡାକେ ,

ବାଜିଗଲେ ତା’ର ଶୀତଳ ପରଶ

ଦିନଟି କଟଇ ସୁଖେ ।


Rate this content
Log in