Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୪୪

ସନେଟ -୪୪

1 min
6.7K


କପାଳିଆ କିଏ ?


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ବାସନ୍ତ ବୀଣା ବଚନୀ ହାଟକ ବରନୀ

ପ୍ରିୟକ ମୀନ-ନୟନୀ ମଦନ ମୋହିନୀ ।।

ବାଳ ଆଦିତ୍ୟ ଅଧରୀ ଅଲ୍ୟଳୀ ଅଙ୍ଗନା -

ଧନ୍ୟ ସେହୁ କରିଛି ଯେ ଲାବଣ୍ୟ ସର୍ଜନା ।।

ମନେ ହୁଏ ନିରେଖିଲେ ଶ୍ରୀମୁଖ ଶୋଭନେ

ନଭୁ ଖସି ଇନ୍ଦୁ ଅବା ଜଡିଛି ଲପନେ ।।

କୁଞ୍ଚିତ ବନଦ-ବେଣୀ ଭ୍ରମ ଆଣେ ମନେ

କକୋଦର କିବା ବ୍ୟସ୍ତ ମସ୍ତକ ମଣ୍ଡନେ ।।

ଶଙ୍କା ଉପୁଜାଏ ହୀରା ହାର ମାନସରେ

ଶମ୍ପା କି ଅମ୍ବର ତେଜି ବାମା ଗଳେ ଦୋଳେ ।।

ଉନ୍ନତ ଉରଜ ବେନି ଦିଶଇ ଯେସନ

କ୍ରୀଡୁଛନ୍ତି ଉର-ସରେ ରଥାଙ୍ଗ ମିଥୁନ ।।

କିଏ ସେହି ଭାଗ୍ୟବନ୍ତ ଅଧରୁ ଅମୀୟ

ଲଭି ଭୋଗିବ ଭବରେ ସମ୍ପଦ ସ୍ବର୍ଗୀୟ ।।


ସମାପ୍ତ


Rate this content
Log in