ଅପୂର୍ବ
ଅପୂର୍ବ
ଅପୂର୍ବ
ଝୀନାମ୍ବରୀ ପ୍ରତୀତ ତୋ କୁଚ ଉଲ୍ଲୋଳ
ରଚି ଗଲା ତନୁ ବିହି ମତି କି ଭୋଳ
ଅପୂର୍ବ ସମ୍ଭାର ଯୁତ ଜ୍ଯୋତି କମଳ
କଟାକ୍ଷ ଦର୍ଶନେ ଭ୍ରମ ନେତ୍ର ଯୁଗଳ ।
କୁମ୍ଭ କଟୀ ଚଞ୍ଚଳା ଗୋ କେଶ କୁନ୍ତଳା
ଫେଡିଣ ଅଙ୍ଗ ଭୁଷଣ ରତି ପ୍ରବଳା
ସଂକେତ ଇଂଗିତ ମୋଦେ ନବୀନବାଳା
ଉଲ୍ଲାସ କେକ ମାନସେ ବାରିଦ ମାଳା ।
ଚିତ୍ତ ବିନୋଦିନୀ ମୋ ଶର୍ଫରୀ ଲୋଚନା
ସଲିଳ ସିକ୍ତ ତନୁ ଅତୁଲ୍ଯା ଶୋଭନା
ଝଲସି କାଞ୍ଚନ ପ୍ରାୟେ ସଦ୍ଯ ଯୌବନା
ନାରାଚ ବିନ୍ଧଇ କାୟେ ହର ଯାତନା ।
ଶୃଙ୍ଗାର ରସ ସମ୍ଭବା କାମଦା ରୂପସୀ
କବରୀ ନ୍ଯାସିତା ରମ୍ଭା ସ୍ମିତା ଶୋଡଷୀ
ନିଶିଥ ସ୍ବପ୍ନ ସୁନ୍ଦରୀ ପ୍ରଣୟ ସୁରସୀ
ପ୍ରୀତିମଧୁ ଅଧରେ ମୋ ସିଞ୍ଚ ହରସି ।
କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା