ବର୍ଷା ଆଉ ସେ
ବର୍ଷା ଆଉ ସେ
କଲେଜ ଗେଟ ଖୋଲି ବାହାରକୁ,
କିଛି ବାଟ ଗଲା ପରେ କେଉଁଠି ଥିଲା ,
କେଜାଣି ଝିପ ଝିପ ବର୍ଷା ଝରିଗଲା।
ଧୀର ପବନ ସହିତ ଡାଳ ପତ୍ରର,
ଦୋଳି ଖେଳ ଭିତରେ।
ମୁଣ୍ଡରେ ରଖିଦେଲି ଫିଜିକ୍ସ୍ ର ,
ନୋଟକୁ ଧାଇଁ ଧାଇଁ ପଶିଗଲି ,
ଅଳ୍ପ ଦୁରେ ଥିବା ଚା ଦୋକାନକୁ।
"ଓଃ ଏମିତି ବେଳରେ ବର୍ଷା"
"ମୋ ବହିସବୁ ଭିଜି ଗଲା"
"ମୁଁ ଏବେ କେମିତି ଯିବି ଯେ"
ଶୁଭୁଥିଲା ଏପରି କାହାର ମଧୁର ସ୍ୱର
କାହାର ? ଏ କଣ୍ଠ ଶୁଣିଲା ପରି ଲାଗୁଛି।
ଦୋକାନରେ ପ୍ରଥମରୁ,
ଠିଆହୋଇ ମୁଣ୍ଡରେ ଓଢଣା ଟାଣି,
କେତେ ଟାହି ଟାପରା ଓଢଣା ,
ଭିତରେ କେତେ ଫିସ ଫିସ କଥା।
ଶବ୍ଦ ନାହିଁ କାହାର,
ନା ଗାଡିର ନା ପକ୍ଷୀର,
ସମସ୍ତେ ଚୁପଚାପ ,
ହେଲେ ଚୁପ ରହିନି ଏ ବର୍ଷା।
ପତଳା ଅନ୍ଧାର ଘୋଡାଇଛି ଆକାଶ,
ଘୋଡାଇଛି ରାସ୍ତା ଏବଂ ପଡିଆ।
ପାଦରେ ଘୁଙ୍ଗୁର ବାନ୍ଧି,
ଝୁମ ଝୁମ ନାଚୁଛି ଏହି ବର୍ଷା।
କିନ୍ତୁ ସେ ବୁଝିପାରୁନି ତାର କଅଁଳିଆ,
ମନ କଥା ଓହୋ ଏବେ ବୁଝିଲି।
ବର୍ଷା ବୋଧେ ଚାହୁଁଛି ସେ ଏଠି ରହୁ,
ଆଉ ମୁଁ ବି ରୁହେ ଆମ ଦୁହିଁଙ୍କର,
ପହିଲି ଦେଖା କରେଇବାକୁ,
ଚାହୁଁଛି କି ଏହି ବର୍ଷା?
ତା ମୁଣ୍ଡରୁ ଓଢଣାଟା ଖସି ଯାଆନ୍ତା କି,
ଗୋଟେଇ ଆଣି କଲେଜ ନିର୍ବାଚନ କାର୍ଡ,
ଡଙ୍ଗା ଟିଏ କରି ଭସାଇ ଦିଅନ୍ତି।
ପିଚୁ ରାସ୍ତାରେ ଛୁଟୁଥିବା ସୁଅରେ
ନ ହେଉ ଫର୍ଚ୍ଚା ନ ଛାଡୁ ଏହି ବର୍ଷା।
ଏମିତି କଳା ବାଦଲ ଥାଉ ଆକାଶରେ,
ଝରୁ ଥାଉ ବର୍ଷା ,ମଧୁର କଣ୍ଠ ଧାରୀ,
ମନର ମଣିଷକୁ ନ ଦେଖିବା ଯାଏ।
ଅନେକ ଚେଷ୍ଟା ପରେ କିଛି କହିବାକୁ,
ବାହାନା ଖୋଜୁ ଖୋଜୁ ଭାବିଲି,
ଫିଜିକ୍ସ ର ପୂର୍ବ ବିଷୟରେ ପଚାରନ୍ତି,
ତା ଅଧା ଭିଜା ମୁହଁକୁ ଦେଖିବାକୁ।
ଗୋଟା ପୁଣି ଠରୁ ଥିଲା ସେ,
ତା ପତଳା ଶରୀରରେ ବର୍ଷାର,
ଝିଟା ଆକାଶର ତାରା ପରି,
ଛାଉଣୀ ହୋଇ ଯାଇଥିଲା।
ଏମିତି ଭାବୁ ଭାବୁ...
ବର୍ଷାର ରିଂମ ଝୁଂମ ଶବ୍ଦ,
ଥମି ଥମି ଆସୁଥିଲା।
ଏବେ ହୁଏତ ସେ ଓଢଣା ଟାଣିଦେଵ,
ତାର ମୁହଁକୁ ମୁଁ ଦେଖିଦେବୀ।
କିଛି କ୍ଷଣର ଉତ୍କଣ୍ଠା ମଉଳିଯିବ।
କିନ୍ତୁ ଏ ସୁନ୍ଦର ଦୁନିଆର ଛବି,
ଲିଭିଯିବ ପାହାଡ଼ ପରି ଦୁଃଖ ,
ଆସି ଯିବ ମୋ ଆଖି ସାମ୍ନାକୁ,
ପଚା ଶାଳ ପତ୍ର,ଅଳିଆ ନର୍ଦ୍ଧମା,
ପେ ପା ଗାଡିର ଶବ୍ଦ ସବୁକିଛି,
ଉଭେଇ ଯିବ କେତୋଟି ମୁହୂର୍ତ୍ତରେ।
ଏକ ସୁନ୍ଦର ମନଲୋଭା ପ୍ରକୃତିର ଦୃଶ୍ୟ।
ଝୁମି ଝୁମି ଫେରିଯିବ ବର୍ଷା।
ତା ଘୁଙ୍ଗୁର ଶବ୍ଦ ମିଶିଯିବି ଆକାଶରେ ,
ମୁଁ ପୁଣି ଚାଲିବି ଏକ ମୁହାଁ ହୋଇ।
ଆଉ ସେ??
ତାକୁ ଜଣା ନାହିଁ କିଛି।
ବର୍ଷାଟା ଛାଡି ଗଲା ପରେ,
ଅଧା ଭିଜା କଲେଜ ୟୁନିଫମ ସହିତ,
ଓଦା ରାସ୍ତାରେ ଖୋଜିବ ,
ଦୂରରେ ଦିଶୁଥିବା ତା ପାହାଡିଆ ଗାଁକୁ,
ପୁନଚ ବର୍ଷାର ସମ୍ଭାବନା ହେତୁ,
ମୁଣ୍ଡରୁ ଓଢଣା ନ କାଢି ,
ଖୁସି ମନରେ ଗୁଣୁ ଗୁଣୁ ହୋଇ,
ମୋତେ ଏକା କରି ଚାଲିଯିବ ସେ.....
ପ୍ରକାଶ ସାହୁ,
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ