କାଳିଆ ସାଆନ୍ତ
କାଳିଆ ସାଆନ୍ତ
ନୀଳାଚଳ ନାଥ କାଳିଆ ସାଆନ୍ତ
ତୋ ପରି କିଏ ସେ ହେବ
ତୋତେ ଛାଡି ଯିଏ ଯେଉଁ ତୀର୍ଥ କରୁ
ସବୁ ଅକାରଣ ଯିବ
ଅଧା ଗଢା ସିନା ରୂପଟା ତୋହର
ଦେହ ତ୍ରିପଣ୍ଡ କାଳିଆ
ହେଲେ ତୋ ପାଖରୁ ଯାହା ମିଳିଥାଏ
ନ ଥାଏ କା ପାଖେ ତାହା
ଭକତ କାନ୍ଦିଲେ ତୁ କାନ୍ଦି ପକାଉ
ଭକତ ହସିଲେ ହସୁ
ଆମରି ଭଳିଆ ଅଧିକ ଗାଧୋଇ
ଅଣସର ଘରେ ପଶୁ
ମାଉସୀ ଘରକୁ ଧାଉଁ ସରାଗରେ
ଧରି ତୋ ଭଉଣୀ ଭାଇ
ତୋ ଠାରୁ ଅଧିକ ମମତା କେ ଦେବ
କହରେ କାଳିଆ ତୁହି
ଚିତ୍ତ ରଞ୍ଜନ ଲେଙ୍କା (କଟକ)©