Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଜି ପରା ରଥଯାତରା
ଆଜି ପରା ରଥଯାତରା
★★★★★

© Abhiram Sahoo

Others

1 Minutes   6.6K    12


Content Ranking

ଆଷାଢ ମାସ ଦ୍ଵିତୀୟା ତିଥି

ଆଜି ପରା ରଥଯାତରା

ନନ୍ଦିଘୋଷରେ ଆସୁଛି ଜଗା

ଖାଉଛି ହଜାରେ ଘୋଷରା ।୦।

ଭକତ ମେଳରେ ପହଣ୍ଡି ଛଳରେ

ଟାହିଆ ହଲେଇ ହଲେଇ

ବଡଲୋକୀ କେତେ ଦେଖାଉଛି ଜଗା

ଦୁନିଆକୁ ଭୁଆଁ ବୁଲେଇ

ବରଷକେ ଥରେ ଦରଶନ ଦେଇ

ଭକତଙ୍କୁ କରେ ବାଉଳା

ଆଜି ପରା ରଥଯାତରା ।୧।

ଶ୍ରୀ ମନ୍ଦିର ଛାଡି ମାଉସୀ ଘରକୁ

କେଇ ଦିନ ପାଇଁ ଯାଉଛି

ଛତିଶା ନିଯୋଗ ଷାଠିଏ ପଉଟି

ସବୁ ଚଳୁ କରିଦେଉଛି

ଡାହୁକ ଡାକର ଭାଷଣ ବାଜିରେ

ଦୋହଲେ ଗଳାର ଗଜରା

ଆଜି ପରା ରଥଯାତରା ।୨।

ଆଷାଢ ନନ୍ଦିଘୋଷ ଭକତ

Rate the content


Originality
Flow
Language
Cover design

Comments

Post


Some text some message..