Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Inspirational

3  

Geeta Sarangi

Inspirational

ଲୁହର ଅସରା ବର୍ଷା

ଲୁହର ଅସରା ବର୍ଷା

1 min
13.3K


ଲୁହର ଅସରା ବର୍ଷା                      ଗୀତା ଷଡ଼ଙ୍ଗୀ

ନିଦାଘ ଗ୍ରୀଷ୍ମ ପରେ
ବର୍ଷା ମେଣ୍ଟାଏ ମାଟିମା'ର ଶୋଷ
ପ୍ରଣୟୀ ପ୍ରଣୟିନୀଙ୍କର
ମନରେ ଭରିଦିଏ ଶତ କଦମ୍ବର ରୋମାଞ୍ଚ ।
କବି କଲମରେ
ବର୍ଷା ଦିଏ ଭରି ଶତ କଳ୍ପନାର ଭାଷା
କୃଷକ ପ୍ରାଣରେ
ସଂଚାର କରେ ପୁଣି ଶତକୋଟି ଆଶା ।
ସରସ ସୁନ୍ଦର
କରେ ପୃଥିବୀକୁ ବରଷାରାଣୀ
ଗଛ ପତର ପଲ୍ଲବି ଉଠନ୍ତି ବର୍ଷାରେ ପୁଣି ।
ଫୁଟପାଥ୍ ଗଛତଳେ ବଞ୍ଚୁଥିବା ସଂସାରଟି
ବର୍ଷାରେ ମୁଣ୍ଡ ଗୁଞ୍ଜିବା ପାଇଁ ହେଉଥାଏ ଏଠିସେଠି ।
ବାରଣ୍ଡା ତଳେ
କାହାର ଜାଗା ଟିକେ ମିଳେନାହିଁ
ବସ୍ ଷ୍ଟାଣ୍ଡର
ଆଶ୍ରୟ ସ୍ଥଳରୁ ପୋଲିସ ଦିଏ ଘଉଡାଇ ।
ଭୋକିଲା ପିଲାଙ୍କ
ପାଟିରେ ଦେଇ ପାରେନାହିଁ ମୁଠେ ଆହାର
ଅଦଉତି ବର୍ଷାର
ତା ଉପରେ ପୁଣି ପୋଲିସର ଅତ୍ୟାଚାର ।
ଫୁଟପାଥ୍
ଫୁଙ୍ଗୁଳା ମଣିଷ ମାନେ କଲବଲ ରାତିସାରା
ଖେଳ ବିଧାତାର
ତାଙ୍କପାଇଁ ବର୍ଷା ଖାଲି ଏକ ଲୁହର ଅସରା ।

 

 


Rate this content
Log in