Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ମା’ ତୁମେ ଉତ୍ତର ଦିଅ

ମା’ ତୁମେ ଉତ୍ତର ଦିଅ

1 min
12.9K


ମା’ ତୁମେ ଉତ୍ତର ଦିଅ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

       ଆଜିର ବିଶୃଙ୍ଖଳାର

       ଘନଘଟା ମଧ୍ୟେ

       ସବୁ ଯେମିତି

       ଓଲଟପାଲଟ ଲାଗୁଛି,

       ଜୀବନର ପ୍ରତ୍ୟେକ ଦିଗ

       ଆଜି ମନ-ଗହନରେ ସୃଷ୍ଟି କରୁଛି

       ଏକ ଅନାସକ୍ତ ଆତ୍ମପ୍ରତ୍ୟୟ;

       ହେ ମା !

       ଶକ୍ତି ପ୍ରଦାୟିନୀ,

       ଭକ୍ତି ପ୍ରଦାୟିନୀ,

       ଶାନ୍ତି ପ୍ରଦାୟିନୀ

       ହୋଇ,

       ତୁ କ’ଣ ଆଜି

       ନିରବ ରହିଗଲୁ ?

       ତୁ କ’ଣ ଜାଣିପାରୁନୁ

       ତୁ ସିନା ଗୋଟିଏ ମହିଷାସୁରକୁ

       ବଧ କରିଥିଲୁ,

       ଆଜି, କିନ୍ତୁ,

       ଅଗଣିତ ମହିଷାସୁର...

       ତୋ ସାମ୍ନାରେ !

       ସବୁ ସମୟ ପାଇଁ

       ସେମାନେ ସୃଷ୍ଟି କରୁଛନ୍ତି

       ବିଭ୍ରାଟ ଆଉ ବିସ୍ଫୋରଣ,

       କେମିତି ବଞ୍ଚିବ ଏ ମଣିଷ

       ତମେ ପରା ସରଗରୁ

       ଓହ୍ଲାଇ ଆସିଥିଲ

       ସବୁ ଦେବଦେବୀଙ୍କର

       ଆଶିଷ ଓ ଅସୀ ନେଇ !

       ହେଲେ,

       ଏମାନଙ୍କୁ କିଏ ପ୍ରତିରୋଧ କରିବ ?

       ହେ ଦଶଭୁଜା କାତ୍ୟାୟନୀ !

       ତୁମେ କ’ଣ ନିରବ ହୋଇଯାଇଛ ?

       ଏ ସୃଷ୍ଟି-ସ୍ଥିତି-ପ୍ରଳୟ

       କେଉଁଟାକୁ ତୁମେ

       ଚାହଁ ମା !

       ଉତ୍ତର ଦିଅ ମା',

       ଉତ୍ତର ଦିଅ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in