Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahitya Pujari Laxman Behara

Others

0.5  

Sahitya Pujari Laxman Behara

Others

ଗ୍ରୀଷ୍ମ ସତର୍କ ବାଣୀ

ଗ୍ରୀଷ୍ମ ସତର୍କ ବାଣୀ

1 min
394


ଆସିଛି ଗ୍ରୀଷମ କରୁଛି ତାଣ୍ଡବ

ଦେଖାଇ ତାହାର ରୂପ ଭୈରବ ।

କରମାଳି କର ହୋଇଛି ପ୍ରଖର

ଅଗ୍ନି ବରଷୁଛି ଶୁଭେ ହାହାକାର ।।


ନୃତ୍ବ କରୁଅଛି ପଥିକର ପଦ

ଜନ ଜୀବନକୁ ଛାଇଛି ବିପଦ ।

ଜରୁରୀ ନଥିଲେ ଛାଡିବନି ବାସ

ଯଦିଓ ଛାଡିବ ମାନ ମୋର ଭାଷ ।।


ସଙ୍ଗତରେ ନେବ ଛତା ଓ ପାନୀୟ

ଯଦି ପାରିବ ତ' ଗ୍ଲୁକୋଜର ପୟ ।

ଓଦା ଗାମୁଛାକୁ ମୁଣ୍ଡରେ ଘୋଡାଇ

ବାରମ୍ବାର ତା'କୁ ଓଦା କରିବଇଁ ।।


ଯେଉଁଠି ଲାଗିବ ଶରୀର ଅସୁସ୍ଥ

ଶୀତଳ ଛାୟାରେ ରହିବ ତୁରନ୍ତ ।

ଯେ' ଜନ ନିକଟେ ଅଛନ୍ତି ତୁମର

ସାହାଯ୍ୟ ମାଗିବ ନଊାବି ଯେ' ପର ।।


ମୁଣ୍ଡ ଦେହ ସାରା ପାଣିରେ ପୋଛିବ

ସମୀର, ଛାୟାରେ ଘଡିଏ ରହିବ ।

ତଥାପି କିଞ୍ଚିତ ନଲାଗିଲେ ଭଲ

ଏକ ଶହ ଆଠ କରିବ ଯେ' କାଲ୍ ।।


Rate this content
Log in