Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଜାତୀୟ ପ୍ରତୀକ

ଜାତୀୟ ପ୍ରତୀକ

1 min
6.7K


ପ୍ରଭାତ କୁମାର ସାହୁ


ଆମ ଜାତିର ପିତା ମହାତ୍ମାଗାନ୍ଧୀ

ତାଙ୍କର ନୀତି ଅହିଂସା

ଇଂରେଜମାନେ ଚାଲିଗଲେ ଛାଡି ଦେଲେ ଦେଶ

କାରି ତାଙ୍କ ପ୍ରଶଂସା l

ଅମର ଅଛି ଗୋଟେ ଜାତୀୟ ଖେଳ

ହକି ଅଟେ ନାଁଟି ତା’ର

ଦେଖିଛି ଦୁନିଆ ଆମ ଖେଳ କୌଶଳ

ଜିତିଛୁ ଆମେ ଅନେକ ଥର l

ଜନ ଗଣ ମନ ଆମ ଜାତୀୟ ସଙ୍ଗୀତ

ସବୁଠି ସିଏ ଶ୍ରେଷ୍ଠ

ଆମ ଜାତୀୟ ପଶୁ ମହାବଳ ବାଘ

ଦେଖ କେତେ ହୃଷ୍ଟପୁଷ୍ଟ l

ମୟୂର ଆମର ଜାତୀୟ ପକ୍ଷୀ

ଦିଶୁଥାଏ କେଡ଼େ ସୁନ୍ଦର

ଦେଖିବ ତାକୁ ଯିଏ ଥରୁଟିଏ

ଚାହୁଥିବ ବୁଲି ଥରକୁ ଥର l

ଆମ୍ବ ଅଟେ ଆମର ଜାତୀୟ ଫଳ

ଖାଇବାକୁ ଭାରି ସୁଆଦିଆ

ପଦ୍ମ ଅଟଇ ଆମ ଜାତୀୟ ଫୁଲ

ଆଉ କିଛି ନାହିଁ ତା’ ଭଳିଆ l

ଆମ ଜାତୀୟ ପତାକା ଅଟେ ତ୍ରିରଙ୍ଗା

ରଖିବା ତା’ର ଟେକ

ଜାତି ଧର୍ମ ବର୍ଣ୍ଣ ହେଲେ ବି ଅଲଗା

ଆମ ଭାରତୀୟ ସବୁ ଏକ l


Rate this content
Log in

Similar oriya poem from Classics