Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Inspirational Others

3  

Bhakta Malla

Inspirational Others

ଅଗଷ୍ଟ କ୍ରାନ୍ତି

ଅଗଷ୍ଟ କ୍ରାନ୍ତି

1 min
6.6K


ଏ ଅଗଷ୍ଟ ଆଉ ପରାଧୀନ ହୋଇ ନାହିଁ

ସେ ସ୍ଵାଧୀନ ହେଲାଣି କାହିଁ କେତେ କାଳୁ

ଏବେ ସେ କିମ୍ବଦନ୍ତୀର ଔଦାର୍ଯ୍ୟ ପୁରୁଷ ,

ତା'ର ବୁଝିବାକୁ ବେଳ ନାହିଁ -

ଧର୍ଷିତା ମାଟିର ବାସ୍ନା ଓ ବୟସ ।

ଅଗଷ୍ଟ ସୁପ୍ତ ଆଜି

ଯେହାଦୀର କମାଣ ମୁନରେ

ଲୁପ୍ତ ତା'ର ଲେଲିହାନ ଶିଖା

ଦୃପ୍ତ ଛାତି ନିରବ ନିଥର ,

ଧର୍ମର ଦ୍ଵାହି ଦେଇ

ଦାବାନଳେ ଜାଳିଦିଏ

ବିଧର୍ମୀ ବିଚାର

ରକ୍ତରେ ଜୁଡୁବୁଡୁ ମାଆର ଶରୀର ।

ନିଷ୍ପାପ ଶିଶୁର ହସ

ନିଭିଯାଏ ଦାନବର କ୍ରୁର କାମାଗ୍ନିରେ

ପ୍ରଷ୍ଫୁଟିତ ହେବା ଆଗୁ କୁମାରୀ କଳିକା

ବୃନ୍ତଚ୍ୟୁତ ହୁଏ ମାଟି ଅଗଣାରେ,

ଫର୍ ଫର ଉଡେ

ଜାତି ବାଦର ଜୈତ୍ର ବାନା

ଜଂଗୀ ଶାସକର ସୁଉଚ୍ଚ ହର୍ମ୍ୟରେ ।

ଅବଲୁପ୍ତ ଏଠି ମାନବିକତାର ମହାନ୍ ମନ୍ତ୍ର

" ସର୍ବେ ଭବନ୍ତୁ ସୁଖିନଃ " ଦିବ୍ୟ ବାଣୀ

ଏକ କାବ୍ୟିକ ପ୍ରଚାର ମାତ୍ର

ମୁଁ ମୋରରେ ସୀମିତ,

ପ୍ରୟୋଜିତ ପ୍ରତାରଣାର ଘୃଣ୍ୟ ବଳୟରେ

ଜନଗଣ ସଭିଏଁ ଆକ୍ରାନ୍ତ

ପଥଭ୍ରଷ୍ଟ ବିଚାର ଦିଗନ୍ତ ।

କ୍ରାନ୍ତି ଆଜି ସାଜେ ପଳାତକ

ଅପହୃତ ଅଗଷ୍ଟର ରକ୍ତ ,

ଅତୀତର ଶୌର୍ଯ୍ୟ ବୀର୍ଯ୍ୟ

ଅହିଂସାର ଗର୍ବ ଓ ଗୌରବ

ଅସହିଷ୍ଣୁତାର ଜଙ୍ଗଲ ରେ ସୁପ୍ତ ।

ଆଜି ବି ଆସିଛି ଅଗଷ୍ଟ

ଉଡାଇ ତା' ବାନା ବୈଜୟନ୍ତୀ,

ଐତିହ୍ୟର ପରାକ୍ରମ

ନିଜେ ଗାଇ ନିଜର ପ୍ରଶସ୍ତି ;

ହେ ଅଗଷ୍ଟ ! କ୍ରାନ୍ତିର ବାହକ

ତୋ ପାଦେ ଏତିକି ବିନତି,

ଦେ’ - ଥରେ ଜଳାଇ ଦେ’

ତୋ ଲେଲିହାନ ଦିପ୍ତି

ନୂତନ ସୂର୍ଯ୍ୟର ଆଭା

ଅଗ୍ନିବର୍ଷି କ୍ରାନ୍ତି ,

ସଂତ୍ରାସର ଅନ୍ତ ହେଉ

ଧରା ବକ୍ଷେ ବ୍ୟାପିଯାଉ ଶାନ୍ତି

ସଦ୍ ଭାବନାର ନିର୍ମଳ ପ୍ରଶାନ୍ତି ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

ନେମ୍ବରା, କେନ୍ଦ୍ରାପଡା ।

9th August 2018.


Rate this content
Log in

Similar oriya poem from Inspirational