ଗୋଲାପ ପାଇଁ
ଗୋଲାପ ପାଇଁ
ତୁ ଏମିତି ଫୁଲଟିଏ ଯେ
ଖୋଜା ପଡୁ ପ୍ରେମ ନିବେଦନ ବେଳେ
ନବଜାତକର ଆଗମନୀ ଉତ୍ସବରେ
ବିବାହର ଧୁମ୍ ସମୟରେ
ପୁଣି କେବେକେବେ ଖୋଜାପଡୁ
ରୋଗଗ୍ରସ୍ତ ମଣିଷଟି ମୁହଁରେ ହସଟିକେ ପାଇଁ
ପରଲୋକଗତ ଆତ୍ମାଟିର ସଦ୍ ଗତି ପାଇଁ
ତୁ ଏମିତି ଫୁଲଟିଏ ଯେ
ଜୀବନର ସୁଖଦୁଃଖରେ ତୋ ଭଳି ସମଭାଗୀ
ବନ୍ଧୁଟିଏ କହ ଆଉ କିଏ ଅଛି କାହିଁ ?
ସେଇଥି ପାଇଁ କି କାଳେ
ତୁ ଅଟୁ ପ୍ରିତୀଫୁଲ
ତୋ ପାଇଁ କି ଦିନଟିଏ ପାଳୁଛି ଜଗତ ା