Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ଜୀବନର ନିଶୁଣି

ଜୀବନର ନିଶୁଣି

1 min
239


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ବହୁ ଅମୁଲ୍ୟ ଯେ ଏହି ସୀମିତ ଜୀବନ,

ପୁଣି ମୂଲ୍ୟବାନ ଯେ ମନୁଷ୍ୟ ଜୀବନ,

ବିଭିନ୍ନ ଅନୁଭବ ମିଳୁଥିବ ଆଜୀବନ,

ପ୍ରତି ପଦକ୍ଷେପ ଶିକ୍ଷା ଦିଏ ଯାବଜ୍ଜୀବନ |୧|


ଜୀବନର ନିଶୁଣିରେ ଅଛି ଭିନ୍ନ ଭିନ୍ନ ଦଶା,

ବ୍ରହ୍ମାଣ୍ଡରୁ ଆରମ୍ଭ ହୋଇ ମିଳେ ପିଣ୍ଡ ଦଶା,

ମାତାଙ୍କ ମମତ୍ୱ ରୁ ପ୍ରାରମ୍ଭ ହୁଏ ଶିଶୁ ଦଶା,

ପ୍ରତି ଦମ୍ପତି ରଖନ୍ତି ସନ୍ତତି ସୁଖର ଆଶା |୨|  


କେତେ ମନୋହର ଯେ ଶୈଶବ,

ଚିନ୍ତାଶୂନ୍ୟ ଯେ ପ୍ରତି ଶିଶୁ ର ରବ,

ପ୍ରତିଦିନ ଲାଗେ ଯେ ନୂଆ ପରବ,

ଶିଶୁ ସମୟ ଭଲ ପାଏ ପ୍ରତି ମାନବ |୩|


ଆସେ ବହୁମୂଲ୍ୟ ବାଲ୍ୟ ଅବସ୍ଥା,

ପରେ ପରେ ଯେ କିଶୋରାବସ୍ଥା,

କେତେ ଶକ୍ତି ଦିଏ ଯୌବନ ଅବସ୍ଥା,

ପରିପକ୍ୱତା ଦିଶା ଦିଏ ବୟସ୍କ ଅବସ୍ଥା |୪|


ଯେମିତି ଯେମିତି ବାର୍ଦ୍ଧକ୍ୟ ହୁଏ ସମୀପ,

ଆଭାସ ହୁଏ ଯେ ଲିଭିବ ଜୀବନ ଦୀପ,

ତେଣୁ ପ୍ରଜ୍ଜ୍ଵଳିତ କରିବା ନିଜ ଜ୍ଞାନଦୀପ,

ନଶ୍ଵର ଯେ ପ୍ରାଣ ଥିବା ଏହି ରମ୍ୟ ରୂପ |୫|


ପ୍ରତି ଜୀବ ର ସୃଜନ କରେ ଶୂନ୍ୟସ୍ଥାନ,

ସମସ୍ତଙ୍କୁ ପହଁଚୁବାକୁ ହୁଏ ଏହି ଶୂନ୍ୟସ୍ଥାନ,

ପ୍ରତି ପାହାଚରେ କେତେ ଯେ ଉପସ୍ଥାପନ,

ସମ୍ପ୍ରାପ୍ତି ହୋଉ ଶ୍ରୀଜୀଉଙ୍କ ଉତ୍କୃଷ୍ଟ ଉପସ୍ଥାନ |୬| 


Rate this content
Log in