ସିଏ
ସିଏ
ଛାଇ ଲେଉଟାଣିବେଳେ
ଆସିଥିଲେ ସିଏ
ବୋଧେ ଥରୁଟିଏ ମୋତେ
ଦେଖିବା ବାହାନାରେ
କି ଉଦାସୀ ଚେହେରାରେ
ଫେରିବି ମୁଁ ଘର
ତେଣୁ ଛୁଇଁ ଦେଇଗଲେ
ମୋ ଚାରିପାଖ ସମୀର ?
ଚିତ୍ର ପରି ଦିଶେ କିଛି
କିଛି ଲାଗେ ହାତଅଙ୍କା ଝୋଟି
ବାହାନା ଯାହାବି ହେଉପଛେ
ତାଙ୍କ ସାଙ୍ଗେ ଚାଲିଥାଏ
ନିତି ପିଲାଳିଆମୀ ମୋର
କଟି ଆଉ ମିଟି ।
ଥିଲା, ଅଛି ବା ରହିବ
କିଏ କାହା ପାଇଁ, କେତେ ଦିନ ?
ଜାଣିନି ବି
ସମ୍ପର୍କ ପରିଧିରେ ଯିବା-ଆସିବାର
ପୌନଃପନିକତା...
ଜାଣିଛି ଏତିକି କିନ୍ତୁ
ଦେଖିଲେ ତାଙ୍କୁ
ଭଉଁରୀ ଖେଳଇ ମୋ ଗାଲେ
କେବେ ପୁଣି
କୋହରେ ପଡ଼େ ଲୁହର ଜଞ୍ଜିର !