Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଗୁରୁ ଦିବସ

ଗୁରୁ ଦିବସ

1 min
7.6K



ବିଜୟ କୁମାର ମଲ୍ଲିକ


ଆସିଅଛି ପରା ଗୁରୁ ଦିବସ

ମନରେ ସରବେ ଆଣି ହରଷ ,

ଗୁରୁଙ୍କୁ ପୂଜିବା ଭକତିର ସହ

ଢାଳି ଦେବେ ସିଏ ଶୁଭ ଆଶିଷ ।

ଗୁରୁ ଯେ ନୁହନ୍ତି ସାମାନ୍ୟ ଲୋକ

ଅଟନ୍ତି ସେ ଆମ ଦିଗଦର୍ଶକ ,

ଅଜ୍ଞାନ ତିମିର ନାଶି ସମାଜରେ

ଜାଳିଥିାନ୍ତି ପରା ଜ୍ଞାନ ଆଲୋକ ।

ରାଷ୍ଟ୍ରପତି ଆମ ପୂରୁବତନ

ଥିଲେ ସର୍ବପଲ୍ଲୀ ରାଧା କ୍ରିଷ୍ଣନ ,

ତାଙ୍କ ଜନ୍ମଦନି ‘ଗୁରୁ ଦିବସ’

ପାଳିତ ହେଉଛି ଦେଶ ତମାମ ।

ଲଭି ଗୁରୁଙ୍କର ଶୁଭ ଆଶିଷ

ହୋଇଥିଲେ ସିଏ ବଡ଼ ମଣିଷ ,

ଉତ୍ସର୍ଗ କରିଲେ ଜନମ ଦିନକୁ

ପାଳିବା ପାଇଁକି ଗୁରୁ ଦିବସ ।

ଗୁରୁଙ୍କଠାରେ ଭକ୍ତି ରଖିବା

ତାଙ୍କ ଉପ​‌ଦେଶ ମାନି ଚଳିବା ,

ତାଙ୍କରି ଆଦର୍ଶ ଅନୁସରି ଦିନେ

ଜୀବନରେ ଭଲ ମଣିଷ ହେବା ।


Rate this content
Log in

Similar oriya poem from Classics