ପାଗଳର ପ୍ରଳାପ-୫
ପାଗଳର ପ୍ରଳାପ-୫
ନିରବ ମରୁଭୂମି
ଉତ୍ତପ୍ତ ବାଲୁକା ରାଶି
ସାପ ବିଛା କଙ୍କଡଙ୍କ ସହର
କିଛି କଣ୍ଟା ଗୁଳ୍ମ,
ଖଜୁରୀ ଗଛର ଛାୟା,
ମୃଗତୃଷ୍ଣା ,
କେଉଁଠି କେମିତି
ମରୁ ଉଦ୍ୟାନ ଜୀବନ !
କମ ଲୋକଙ୍କ
ଜୀବନରେ ମିଳେ
ମୁନ୍ଦାଏ ପାଣି,
ଓଟର ଧିର ସବାରି
କ୍ଵଚିତ ପାର କରନ୍ତି
ନୀରବରେ ମରୁଭୂମି
ଆଉ ଗୁଡ଼ାଏ ଲୋକଙ୍କ
ଆର୍ତ୍ତନାଦ------------!
ମରୁ ଝଡରେ ହଜିଯାଏ,
ଆରବୀ ଶେଖ ନାଚନ୍ତି
ଗଣିକାଙ୍କ ଗହଣରେ
ବେଲ୍ଲୀ ନାଚ
ଜଙ୍ଗଲର ନିୟମ ଚାଲେ
ମୋ ସହରରେ
ସମସ୍ତ ସହରବାସି ସୁପ୍ତ
ଚେତନା ଯେ ଅଭାବ
ଲେଡି ଗୁଡ଼ କହୁଣିକୁ ବହିଲାଣି
କିଏ ଶୁଣୁଛି !
ପାଗଳ ର ପ୍ରଳାପ ।
ରାମ ପ୍ରସାଦ ବିଶୋଇ (କାଶ୍ୟପ)
ରାୟଗଡ଼ା ।
ତା-୧୬-୦୫-୧୬
ସମୟ-ସକାଳ-୧୧ ତା