Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ନର୍କରେ ଚହଳ

ନର୍କରେ ଚହଳ

1 min
191


ତୁମ ମସୃଣ କାନ୍ଥରେ

ଏଇ ଅର୍ବାଚୀନର ଚିତ୍ର କାହିଁ ?

ତୁମ କାନ୍ଥ ଆହୁରି ଚକ୍ ଚକ୍...

ହେଲେ,ମୋ ଚିତ୍ରପଟରେ କାଳିମା...


ସେଦିନ କହିଥିଲ,

ମୋ ଚିତ୍ରରେ 

ନୂଆ ରଙ୍ଗ ଭରିଦେଵ,

ତୁମ କଅଁଳ ତୁଳୀରେ 

ବ୍ରାସଲେଟ ରଙ୍ଗ ଦେଇ

ମୋତେ ବର୍ଣ୍ଣାଢ୍ୟ କରିଦେବ।


ତୁମ କେଇ ପଦ, ସେଦିନ

ମୋତେ ଆକାଂକ୍ଷିତ କରି ଦେଇଥିଲା

କଳ୍ପନାର ତାଜ୍ ଗଢିଥିଲି ।


ଆଜି ସବୁ ଓଲଟା ଦେଖୁଛି ।

ତୁମ ଚିକ୍କଣ କାନ୍ଥରେ 

ଆଉ କାହାର ପ୍ରତିଛବି !

ଆଉ ମୋର ଚିତ୍ରପଟ

ଦୂର ଦିଗ୍ ବଳୟରୁ ଛାଡ଼ୁଛି

ଖାଲି ବୁକୁଫଟା ଆର୍ତ୍ତ ଝଙ୍କାର ।


ଆର୍ତ୍ତ ଝଙ୍କାର ତୁମପାଇଁ ନୁହଁ,

ମୋ' ସଂସ୍କାର ପାଇଁ,

ମୋ ଅଭିଯାନ ପାଇଁ ।

ତୁମେ ତ ନର୍କରେ ଚହଳ !


Rate this content
Log in