ଉଦୟରାଗ(ଗୀତି କବିତା)
ଉଦୟରାଗ(ଗୀତି କବିତା)
ତୁମ କୁଆଁରୀ ମୋହର
ତନୁ ତୀର୍ଥରେ
ମୁଁ ଯେ ଉତ୍ତାଳ ତରଙ୍ଗ ଢେଉ
ସବୁ ସ୍ଵପ୍ନ ଆତୁର
ମଗ୍ନ ଶିଳ୍ପୀର ମତୁଆଲା ମଧୁ ପିଉ "
ତମେ ଓଦା ସର ସର ପୀରତି ଗାଁର
ଭୋଦୁଅର ଶେଷ ଝଡ
ନୀଳକଇଁ ହସେ ମନ ସରସୀରେ
(ତୁମ) ତନୁର ସ୍ପର୍ଶ ବାରି ""
ତୁମେ ପଉଷ ସଂଜର ଲାଜେ ଲାଜେ
ଇଛାମତୀ
ମୁଁ ହୃଦୟ ବୀଣାର ବେସୁରା ବିଭୋର
କଳା ବାଦଲର ଛାତି
ତୁମେ ହସିଲେ ହସିବ ରାତି
ମୁଁ ସାଜିଥିବି ନିରିମାଖୀ
ସାଧା କାଗଜରେ ବେଦନା କାଳିରେ
ଲେଖିଦେଇ ଯିବି ସବୁ ଭାବନାର ଇତି
ଶିଶିର ସାଗର ସୁନା ଝରା ଖରା
ପ୍ରଭାତେ ନଥିବ ତୁମେ
ଫୁଲ ପରି ମନ ବିଧବା ପଣରେ
ଝାଉଁଳିବ ବୋଧେ ଦିନେ
ତୁମେ ଗଢିଥିଲ ପ୍ରଣୟ ତୀର୍ଥେ
ପ୍ରେମ ମନ୍ଦିର ମୁଖ
ତୁମେ ଦେଇଥିଲ ନିଶାଚର ପରି
ରତି କ୍ରୀଡାର ସୁଖ
ରାତି ପାହିଗଲା ଶୃଙ୍ଗାର ସରିଲା
ସ୍ମୃତି ଚଟାଣରେ ରହିଲା କ୍ଷତର ଦାଗ
ସେଇ ତୀର୍ଥର ପୁଣ୍ୟକୁ ଖୋଜି
ନିଜେ ମୁଁ ଦିନେ ଯିବି
ଦହନର ଢେଉ ଗଭୀରତା ପରେ
ଗର୍ବରେ ଠିଆ ହେବି
ଅସ୍ତ ଆକାଶେ ଉଇଁ ଉଠିବ
ସତ ଅନୁରାଗ ସୂର୍ଯ୍ୟ
ଅତୀତ ସେ ମୋର ଭରିବ
ରକ୍ତ ଶେଯର -------
ଅତୀତ ମିଳନ ଆଶାତୀତ କାରୁକାର୍ଯ୍ୟ
ଜୀବନ ନାୟିକା ତନୁ ତୀର୍ଥରେ
ବଢିବ ପ୍ରେମ ର ଢେଉ
ଏମିତି ପ୍ରଣୟ କାଉଁରୀ କାବ୍ୟ
ସନ୍ତକ ହୋଇ ଥାଉ
ବଳକା ବୟସ ଉଦୟ ରାଗରେ
ସଂଜୀବିତ ହୋଇ ଯାଉ ""