Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଉପହାର
ଉପହାର
★★★★★

© Chittaranjan Sahoo

Romance

1 Minutes   1.4K    9


Content Ranking

ଜୀବନେ ମୁଁ କଣ୍ଟକିତ ପଥ

ପାରି କରି ଅଛି ବହୁ ଥର

ଲାଗେ ହାରି ଯିବି ଏହିବାର

ଯେଣୁ ଏହା ତୋର ଉପହାର

କଳ୍ପନା ଯା' କରି ମୁଁ ନଥିଲି

ସେମିତିକା ଉପହାର ପାଇ

ବେଦନାରେ ଏ ମୋର ହୃଦୟ

ଭିଜି ଯିବ ସବୁ ଦିନ ପାଇଁ

ପ୍ରତାରଣା ଦୁଃଖ କେମିତିକା

ଯେବେ କେହି ପଚାରିବ ମତେ

କେମିତି କହିବି ସେହି ଉପହାର କଥା

ଯାହା ଦେଇ ଥିଲୁ ମୋର ପ୍ରେମ ବଦଳରେ

ତୋ ନଜରରେ ଥିଲି ମୁଁ ମହାନ

ଆଜିକାଲି ଦିଶେ କି ନଗଣ୍ୟ?


ପ୍ରବର୍ତ୍ତନ ହେଲାଣି କି ତୋର ଭାବ

ଅନ୍ୟ କେଉଁ ପ୍ରିୟା ସାଥେ ପୁଣ

ଅବୈଧ କାର୍ଯ୍ୟ ତୁ କରିବାକୁ

ତିଳେମାତ୍ର ଭୟ କଲୁ ନାହିଁ

ଏଡେ ବଡ଼ ପ୍ରମାଦ ପରେବି

ତୋ ମନରେ ଟିକେ ଦୁଃଖ ନାହିଁ

ସତରେ ତୁ ଗଣା ହେବୁ ଦିନେ

ପ୍ରତାରଣା ରାଇଜର ରାଣୀ

ଜାତି ନାମେ ଲଦିଲୁ କଳଙ୍କ

ଅନ୍ୟ ଆଡେ ଏବେ ତୋ ଚାହାଣୀ

ରସାଣୀତ ପ୍ରତିଭାଧିକାରୀ

ଦିନେ ଥିଲି ଏ ସମାଜେ ମୁହିଁ

ଏମିତିକା ଉପହାର ଭେଟି ଦେଲୁ ମତେ

ହେଇଗଲି ପାପାଚାରୀ ମୁଁ ସଂସାର ପାଇଁ

ଏଡେ ବଡ ଉପହାର ଦେଲୁ

ଯାଗା ନାହିଁ ରଖିବି କେଉଁଠି

ହୃଦୟରୁ ଠେଲିଦେଲି ସାହାସ ଜୁଟେଇ

ଖୁସି ହେଲି, ଭାବି ନେଲି ଏହା ମାତ୍ର ସ୍ୱପ୍ନ ଥିଲା ବୋଲି

ଯେବେ ଏହି ମନ ମୋତେ ପ୍ରଶ୍ନ କରେ

ଏ ଅଙ୍କକୁ କସିବାରେ

ଅସାମର୍ଥ୍ୟ କାହିଁ ହେଲି?


ପରୀକ୍ଷାରେ ଉତ୍ତୀର୍ଣ୍ଣ

କଣ ପାଇଁ ନହେଲି?

ବିବେକ ମୋ କହି ଉଠେ

ଏ ଅସଫଳତା ମଧ୍ୟରେ

ଲୁଚିଅଛି ଗୋଟେ ସତ ସଫଳତା

ଘନ ଅନ୍ଧାରରେ ପ୍ରବେଶ କରିବା ପୂର୍ବରୁ

ଅନ୍ଧାର ହିଁ ଚାଲିଗଲା ବହୁଦୂର ଆଉ କାହା ସାଥେ,

ଉଦୟ ହେଲା ମୋ ମନରେ

ଅସିମୀତ ଆଲୋକ

ବୁଝିଗଲି ସେ ଆସିଥିଲା ଆଉ କାହା ପାଇଁ।

ଉପହାର ଦୁଃଖ ପ୍ରିୟା

Rate the content


Originality
Flow
Language
Cover design

Comments

Post

Some text some message..