ଆଜି ଭାରି ମନେପଡେ
ଆଜି ଭାରି ମନେପଡେ
ଗାଁରେ ଥିଲା ମୋର ଗୋଡି ମାଟି ରାସ୍ତା
ଅସଳେ ବର୍ଷରେ କାଦୁଅରେ ଭରା
ବର୍ଷରେ ଧୂଳି ଧୋଇ ଯାଇ
ପଥର ଗୁଡିକୁ ହୋଇଯାଇଥିବ ଠିଆ
କାହିଁ କେତେଥର ସେଠି ଝୁଣ୍ଟି ପଡେ
ଆଜି ଭାରି ମନେପଡେ ।
କଅଁଳା ବାଛୁରୀ ଡିଆଁ ମାରେ
କୁନି ଝିଅଟି ପ୍ରଜାପତି ଧରେ
ପାଠ ନପଢିଲେ କେତେ
କାନ ଧରି ଉଠ ବଅସ ହୁଏ
ବୋଉ କିଛି କହିଦେଲେ ରାଗି କରି
ଧୂଳିରେ ମୁଁ ଗଡେ
ଆଜି ଭାରି ମନେପଡେ ।
ଜୁଈ ଯାଇ ହେନା ମାଳତୀ ବାସେ
ପୂରୁବ ଦିଗରେ ସୂରୁଜ ହସେ
ଗାଧୋଇବା କଥା କହିଲେ
ମୋତେ ଭାରି ଡରଲାଗେ
ତଥାପି ସାଙ୍ଗ ମାନଙ୍କ ସହ
ପୋଖରୀରେ ବୁଡ଼େ
ଆଜି ଭାରି ମନେପଡେ ।
ସାଙ୍ଗ ମାନଙ୍କ ସାଥେ ଖେଳିଛି ମେରି
ଖରାଦିନ ପୁଣି ଖେଳେ ଲୁଚକାଳି
ଖାଇଛି କାହିଁ କେତେ ମାଡ଼ଗାଳି
ସେକି ହେଇଛି ଶୀତ ସକାଳେ କୁଟା ଜାଳି
ଖରାବେଳେ ଆମ୍ବ ଖାଇବାକୁ ଯାଇ
ଲୁଚି ଲୁଚି ଗଛ ଚଢ଼େ
ଆଜି ଭାରି ମନେପଡେ ।
ଗାଡ଼ିଆରେ ପଶି ମାଛ ଧରିଛି
ଗୁଲି ଗୋଟି ଖେଳ କେତେ ଖେଳିଛି
କାଦୁଅ ପାଣିରେ ଘାଣ୍ଟି ହେଇଛି
ସାଙ୍ଗ ସାଥି ମେଳେ ଦିନ କାଟିଛି
ସପନ ସହରେ ଯାଇ ସପନରେ
ରାଜ ଉଆସ ଗଢେ
ଆଜି ଭାରି ମନେପଡେ ।